fbpx

ସାଙ୍ଗର ଥିଲା ଅବିକଳ ଚେହେରା: ପରକୀୟ ପ୍ରିତୀ ପାଇଁ ସାଙ୍ଗ ସହିତ ପତ୍ନୀ ଓ ଛୁଆକୁ ମାରିଥିଲା ପିଶାଚ; DNA ମ୍ୟାଚରୁ ଧରିଲା ପୋଲିସ

ନୂଆଦିଲ୍ଲୀ: ପର୍ଫେକ୍ଟ କ୍ରାଇମ ନାମରେ କିଛି ଜିନିଷ ନଥାଏ । ୩ ବର୍ଷ ତଳେ ନିଜ ପତ୍ନୀ ଓ ଦୁଇ ଛୁଆଙ୍କୁ ହତ୍ୟା କରିଥିବା ଜଣେ ଯୁବକକୁ ଗିରଫ କରିଛି ପୋଲିସ । ଶେରଲକ ହୋମ୍ସରେ ଏକ ଡାଏଲଗ ପରି ପର୍ଫେକ୍ଟ କ୍ରାଇମ ପରି କିଛି ଜିନିଷ ନଥାଏ । ୩ ବର୍ଷ ତଳେ କରିଥିବା ଜଘନ୍ୟ ଅପରାଧ ପାଇଁ ଜଣେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ । ପରକୀୟା ପ୍ରୀତି ପାଇଁ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିବା ପରେ ଏହି ନର ପିଶାଚ ଜଣଙ୍କ ନିଜ ପରି ଦେଖାଯାଉଥିବା ସାଙ୍ଗକୁ ମଧ୍ୟ ହତ୍ୟା କରିଥିଲା ।

ରାକେଶ ନାମକ ଏହି ୩୪ ବର୍ଷୀୟ ଯୁବକ ଜଣକ ୨୦୧୮ ମସିହାରେ ନୋଇଡାରେ ଏହି ହତ୍ୟା ଗୁଡିକ କରିଥିଲା । ଏହାପରେ ନିଜ ସାଙ୍ଗକୁ ହତ୍ୟା କରି ନିଜ ଆଇଡି ରଖି ଦେଇଥିଲା । ଯାହା ଫଳରେ ପୋଲିସ ମଧ୍ୟ ରାକେଶ ମୃତ ବୋଲି ଧରି ନେଇଥିଲା । ରାକେଶ ବିବାହ ପୂର୍ବରୁ ରୁବି ନାମକ ଜଣେ ମହିଳା କନେଷ୍ଟବଳଙ୍କ ସହିତ ସମ୍ପର୍କ ରଖିଥିଲା । ବିବାହ ପରେ ମଧ୍ୟ ପରକୀୟା ପ୍ରୀତି ଜାରି ରହିଲା । ଏହାପରେ ପରିବାରକୁ ରାସ୍ତାରୁ ହଟାଇବା ପାଇଁ ରାକେଶ ଓ ରୁବି ଯୋଜନା କରିଥିଲେ । ସ୍ତ୍ରୀ ଓ ଦୁଇ ପୁଅଙ୍କୁ କୁରାଢୀରେ ହାଣି ହତ୍ୟା କରିବା ପରେ ନିଜ ସାଙ୍ଗକୁ ମାରି ସେଠାରେ ନିଜର ଆଇଡି ପକାଇଥିଲା ରାକେଶ ।

ରାକେଶର ପରିବାର ଲୋକ ମଧ୍ୟ ଏହି ଯୋଜନାରେ ସାମିଲ ଥିଲେ । ମୃତ୍ୟୁ ପରେ ରାକେଶର ପିତା ଶବକୁ ରାକେଶ ବୋଲି କହିଥିଲେ । ୩ ବର୍ଷ ଧରି ରାକେଶ ବାହାରେ ବୁଲୁଥିଲା । ତେବେ ଡିଏନଏ ମ୍ୟାଚ ପାଇଁ ରାକେଶ ପୋଲିସ ହାବୁଡରେ ପଡିଥିଲା । ରାକେଶର ଡିଏନଏ ସାମ୍ପଲ ୪୨ ସପ୍ତାହ ପରେ ଆସିବା ପରେ ଏହା ରାକେଶର ପିତାଙ୍କ ସହିତ ମ୍ୟାଚ ହୋଇନଥିଲା । ଏହା ପରେ ପୋଲିସ ରୁବିର ଫୋନକୁ ଟ୍ରେସ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ପୋଲିସ ହତ୍ୟା ଷଡ଼ଯନ୍ତ୍ର ପାଇଁ ରାକେଶ, ରୁବି, ରାକେଶର ମାତା ପିତା ଏବଂ ଦୁଇ ଭାଇଙ୍କୁ ମଧ୍ୟ ଗିରଫ କରିଛି ।

Get real time updates directly on you device, subscribe now.