fbpx

୪ କୋଟି ବର୍ଷ ତଳର ୪ ଗୋଡିଆ ତିମି; ଏହି ସ୍ଥାନରୁ ମିଳିଲା ଜୀବାଶ୍ମ

ନୂଆଦିଲ୍ଲୀ: ବୈଜ୍ଞାନିକ ମାନଙ୍କୁ ମିଳିଛି ଏକ ୪ ଗୋଡିଆ ତିମିର ଜୀବାଶ୍ମ । ଇଜିପ୍ଟରୁ ମିଳିଥିବା ଏହି ତିମି ଆକୃତିର ଜୀବଟି ୪.୩ କୋଟି ବର୍ଷ ପୂର୍ବର ବୋଲି ଜଣାପଡିଛି । ତିମିର ଏହି ନୂତନ ପ୍ରଜାତିର ଜୀବଟି ୪ କୋଟି ବର୍ଷ ପୂର୍ବରୁ ଭୂପୃଷ୍ଠରେ ଦେଖା ଦେଉଥିଲା । ଇଜିପ୍ଟର ପଶ୍ଚିମ ମରୁଭୂମିରୁ ଏହି ଜୀବାଶ୍ମ ଆବିଷ୍କୃତ କରାଯାଇଥିବା ବେଳେ ଏହାର ନାମ ଆନିବୁସ ରଖାଯାଇଛି । ଗ୍ରୀକ ଦେବତା ଆନିବୁସଙ୍କ ନାମ ଅନୁସାରେ ଏହି ଜୀବଟିକୁ ନାମିତ କରାଯାଇଛି ।

ବର୍ତ୍ତମାନ ଦେଖାଯାଉଥିବା ତିମିର ବିକାଶ କିଭଳି ଭାବରେ ହୋଇଛି ତାହା ଏହତି ଜୀବକୁ ଦେଖିଲେ ଜଣାପଡୁଛି ବୋଲି ବୈଜ୍ଞାନିକ ମାନେ କହିଛନ୍ତି । ଆଫ୍ରିକା ମହାଦେଶରେ ମିଳିଥିବା ଜୀବାଶ୍ମ ଠାରୁ ଏହା ଅଧିକ ପୁରୁଣା ବୋଲି ବୈଜ୍ଞାନିକ ମାନେ ଦାବି କରିଛନ୍ତି । ପୂର୍ବରୁ ତିମିର ଏହି ପ୍ରଜାତିଟି ଉଭୟଚର ରହିଥିଲା । ତେବେ ସମୟ କ୍ରମେ ଏହା କେବଳ ଜଳଚର ପ୍ରାଣୀର ମାନ୍ୟତା ପାଇଛି । ଏହି ପ୍ରାଣୀଟିର ଓଜନ ଅଧଟନ ରହିଥିବା ବେଳେ ଲମ୍ବା ୧୦ ଫୁଟ ରହିଛି ।

Get real time updates directly on you device, subscribe now.