fbpx

ୱାଇନର ଦୁଇ ଢ଼ୋକରେ ରହିଛି ହୃଦୟର ଚିକିତ୍ସା, ପିଇବାର ନିୟମ ଜଣାଇଲେ ବୈଜ୍ଞାନିକ

ନୂଆଦିଲ୍ଲୀ: ୱାଇନ୍ ଓ ହୃଦୟ ମଧ୍ୟରେ ଥିବା ସମ୍ପର୍କକୁ ନଜରଅନ୍ଦାଜ୍ କରାଯାଇପାରିବ ନାହିଁ । ବୈଜ୍ଞାନିକଙ୍କ ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି । ଲୋୟର୍ ହାର୍ଟ ରୋଗରୁ ବର୍ତ୍ତିବା ପାଇଁ ୱାଇନ୍ ପିଇବା ଦ୍ୱାରା ଲାଭ ମିଳିଥାଏ । ନିକଟରେ କରାଯାଇଥିବା ଆଲକୋହଲ୍ ଫ୍ରୀ ୱାଇନ୍ ପିଇଲେ ହୃଦୟର ସେତିକି ଫାଇଦା ହୋଇଥାଏ ଯେତିକି ଆଲକୋହଲ୍ ଯୁକ୍ତ ରେଡ୍ ୱାଇନ୍ ପିଇବା ଦ୍ୱାରା ହୋଇଥାଏ ।

ଏନେଇ ଆଙ୍ଗଲିୟା ରସ୍କିନ୍ ୟନୁଭର୍ସିଟି ପକ୍ଷରୁ କରାଯାଇଥିବା ଏକ ଅଧ୍ୟୟନ ଦ୍ୱାରା ଏହି ତଥ୍ୟ ସାମନାକୁ ଆସିଛି । ସୀମିତ ମାତ୍ରାରେ ଆଲକୋହଲ୍ ପିଇବା ଦ୍ୱାରା ଶରୀରରେ ଏହାର ଖୁବ୍ ଭଲ ପ୍ରଭାବ ଦେଖାଦେଇଥାଏ । ଅନୁସନ୍ଧାନରେ ୪୦ ରୁ ୬୯ ବର୍ଷ ବୟସର ୪ ଲକ୍ଷ ୫୦ ହଜାର ଲୋକଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଏଥିରୁ ଜଣାପଡିଛି ଯେ ସପ୍ତାହରେ ୧୧ ଗ୍ଲାସ୍ ମଦ ପିଉଥିବା ଲୋକଙ୍କଠାରେ ହୃଦରୋଗ ହେବାର ଆଶଙ୍କା କମ୍ ରହିଛି। ଏହି ଲୋକମାନଙ୍କ ମଧ୍ୟରେ କରୋନାରୀ ହୃଦ୍ ରୋଗ ହେବାର ଆଶଙ୍କା ୪୦% କମ୍ ଥିଲା।

ସେହିଭଳି ଫଳାଫଳ ସେହି ଲୋକମାନଙ୍କଠାରେ ମଧ୍ୟ ଦେଖାଯାଉଥିଲା ଯେଉଁମାନେ ପ୍ରତିଦିନ ନନ୍ ଆଲକୋହଲ ଯୁକ୍ତ ୱାଇନ୍ ପିଉଥିଲେ । ଏହାର କାରଣ ହେଲା, ମଦର ଗୁଣ ମଦ୍ୟପାନରୁ ନୁହେଁ, ଅଙ୍ଗୁରରୁ ଆସୁଥାଏ । ଅଙ୍ଗୁରରେ ମିଳୁଥିବା ଉଚ୍ଚ ଆଣ୍ଟି-ଅକ୍ସିଡାଣ୍ଟ କିମ୍ବା ପଲିଫେନୋଲ ଯୋଗୁଁ ହୃଦୟର ିନର୍ ଲାଇନିଂ ଠିମ୍ ଭାବେ ଫଙ୍କସନ୍ କରେ ।

Get real time updates directly on you device, subscribe now.