fbpx

ଭବାନୀପୁରରୁ ଉପନିର୍ବାଚନ ଲଢ଼ୁଥିବା CM ମମତାଙ୍କ ପାଖରେ ଅଛି କେତେ ସମ୍ପତ୍ତି ? ଜାଣନ୍ତୁ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ଉପନିର୍ବାଚନର ବିଗୁଲ ବାଜିସାରିଛି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ ବା ଟିଏମସି ପକ୍ଷରୁ ଭବନାପୁର ଆସନ ପାଇଁ ନାମାଙ୍କନ ଦାଖଲ କରି ମଇଦାନକୁ ଓହ୍ଲାଇଛନ୍ତି । ଅନ୍ୟପଟେ ମମତାଙ୍କୁ ଟକ୍କର ଦେବାକୁ ବିଜେପି ବି ପ୍ରସ୍ତୁତି ଆରମ୍ଭ କରିଛି । ଏହି ମାମଲାରେ ପ୍ରସିଦ୍ଧ ଓକିଲ ପ୍ରିୟଙ୍ଗା ଟ୍ରିବେୱାଲଙ୍କୁ ନିର୍ବାଚନ ମଇଦାନକୁ ଓହ୍ଲାଇଛି ବିଜେପି ।

୩୦ ସେପ୍ଟେମ୍ବରରେ ହେବାକୁ ଥିବା ଉପ-ନିର୍ବାଚନକୁ ନେଇ ସମ୍ପୂର୍ଣ୍ଣ ଚିନ୍ତାମୁକ୍ତ ଅଛନ୍ତି ମମତା । ଏହାରି ମଧ୍ୟରେ ନିର୍ବାଚନ ଆୟୋଗଙ୍କୁ ଦିଆଯାଇଥିବା ଆଫିଡେଭିଟ ଅନୁସାରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାଖରେ ପାଖାପାଖି ୬୯,୨୫୫ ଟଙ୍କା କ୍ୟାଶ୍ ଅଛି । ନନ୍ଦିଗ୍ରାମ ବିଧାନସଭା ନିର୍ବାଚନ ପୂର୍ବରୁ ଆଫିଡେଭିଟ୍ ଦାଖଲ କରାଯାଇଥିଲା । ଏଥିରେ ମମତା ନିଜ ଆକାଉଣ୍ଟରେ ୧୨ ଲକ୍ଷ ୨ ହଜାର ୩୫୬ ଟଙ୍କା ଥିବା ଦର୍ଶାଇଥିଲେ । ଏହା ବ୍ୟତୀତ ମମତାଙ୍କ ପାଖରେ ଏଏସସି ଆକାରରେ ୧୮ ହଜାର ୪୯୦ ଟଙ୍କା ଓ ୯ ଗ୍ରାମର ଅଳଙ୍କାର ରହିଛି ।

ତେବେ ଭବାନୀପୁର ଆସନ ପାଇଁ ୩୦ ସେପ୍ଟେମ୍ବରରେ ମତଦାନ ହେବ । ଏହି ଦିନ ପଶ୍ଚିମବଙ୍ଗର ସମସେରଗଞ୍ଜ ଓ ଜଙ୍ଗିପୁର ଆସନ ସହିତ ଓଡ଼ିଶାର ପିପିଲି ନିର୍ବାଚନ କ୍ଷେତ୍ର ପାଇଁ ଉପନିର୍ବାଚନ ହେବ । ସେହିପରି ସମସରଗଞ୍ଜରେ ମିଲାନ ଘୋଷ ଓ ଜାଙ୍ଗିପୁରରେ ସୁଜିତ ଦାସ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିବେ । ଭୋଟିଂର ଗଣତି ୩ ଅକ୍ଟୋବରରୁ ଆରମ୍ଭ ହେବ । ମମତାଙ୍କ ବିରୋଧରେ ବିଜେପି କାହାକୁ ଠିଆ କରାଇବ ତାହା ଉପରେ ସମସ୍ତଙ୍କ ନଜର ଥିଲା । କାହିଁକି ନା ନୋମିନେସନ ପାଇଁ ମାତ୍ର ୩ ଦିନ ରହିଥିଲା । ଅନ୍ୟପଟେ କଂଗ୍ରେସ ଏହି ଆସନରେ ପ୍ରାର୍ଥୀ ଦେବାକୁ ମନା କରିଛି ।

ନନ୍ଦିଗ୍ରାମ ବିଧାନସଭା ଆସନରୁ ହାରିଥିଲେ ମମତା ବାନାର୍ଜୀ । ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀଙ୍କୁ ପରସ୍ତା କରି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ ବିଜୟୀ ଲାଭ କରିଥିଲେ । ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ୧ହଜାର ୯୫୩ ଭୋଟରେ ହାରିଥିଲେ ମମତା ବାନାର୍ଜୀ । କିନ୍ତୁ ରାଜ୍ୟରେ ଟିଏମସିର ବ୍ୟାପକ ବିଜୟ କାରଣରୁ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । କିନ୍ତୁ ସାମ୍ବିଧାନିକ ବ୍ୟବସ୍ଥା ଅନୁଯାୟୀ, ତାଙ୍କୁ ୬ ମାସ ଭିତରେ ଗୃହକୁ ନିର୍ବାଚିତ ହେବାକୁ ପଡିବ, ତେଣୁ ସେ ଏହି ସମୟରେ ଭବାନୀପୁରରୁ ଭାଗ୍ୟ ପରୀକ୍ଷା କରୁଛନ୍ତି ।

Get real time updates directly on you device, subscribe now.