fbpx

ଟି -୨୦ ୱାଲ୍ଡକପ୍ ପରେ ରୋହିତ ଶର୍ମା ହୋଇପାରନ୍ତି ଅଧିନାୟକ, ବିରାଟ ଛାଡ଼ିବେ ପଦ!

ନୂଆଦିଲ୍ଲୀ : ଚଳିତ ବର୍ଷ ଟି -୨୦ ୱାଲ୍ଡକପ୍ ପରେ ଟି -୨୦ ଓ ଦିନିକିଆ ଟିମର ଟିମ୍ ଇଣ୍ଡିଆ ଅଧିନାୟକ ପଦ ଛାଡି ପାରନ୍ତି ବିରାଟ କୋହଲି । ତାଙ୍କ ସ୍ଥାନରେ ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ ପଦର ଦାୟିତ୍ୱ ଦିଆଯାଇପାରେ । ବିରାଟ ନିଜ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଏହି ବଡ ପଦକ୍ଷେପ ନେଇପାରନ୍ତି । ୟୁଏଇ ଓ ଓମାନରେ ୧୭ ଅକ୍ଟୋବରରୁ ୧୪ ନଭେମ୍ବର ମଧ୍ୟରେ ଟି -୨୦ ୱାଲ୍ଡକପ ମ୍ୟାଚ୍ ଅନୁଷ୍ଠିତ ହେବ ।

ଖବର ମୁତାବକ, ବିରାଟ କୋହଲି ପିତା ହେବା ପରେ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା ପାଇଁ ଏହି ପଦକ୍ଷେପ ନେଇପାରନ୍ତି । ସୂତ୍ରରୁ ପ୍ରକାଶ, ‘ବିରାଟ ନିଜେ ଏହାର ଘୋଷଣା କରିବେ । ତାଙ୍କ ମତରେ ବ୍ୟାଟିଂ ଉପରେ ଫୋକସ୍ କରିବା ଓ ଦୁନିଆର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ହେବା ପାଇଁ ପୁଣି ପଛକୁ ଫେରିଯିବା ଆବଶ୍ୟକ । ଏହି ମାମଲାରେ ସେ ରୋହିତ ଶର୍ମ ଓ ଟିମ୍ ମ୍ୟାନେଜମେଣ୍ଟ ସହିତ ଆଲୋଚନା କରିଛନ୍ତି । ବ୍ୟାଟିଂରେ ଅଧିକ ଫୋକସ୍ କରିବାକୁ ସେ ଏଭଳି ପଦକ୍ଷେପ ଉଠାଇପାରନ୍ତି । ତେବେ ଆସନ୍ତା ମାସରୁ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଇଛି । ତାଙ୍କୁ ଦଳର ମେଣ୍ଟର କରାଯାଇଛି ।

Get real time updates directly on you device, subscribe now.