fbpx

ଗଭୀର ଅବପାତର ରୂପ ନେଲା ଅବପାତ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବପାତ ଅଧିକ ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହୋଇଛି । ସକାଳ ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ଚାନ୍ଦବାଲି ଉପକୂଳ ଅତିକ୍ରମ କରିଛି । ଏହାର ପ୍ରଭାବରେ ପାରାଦୀପରେ ୨୧୯ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସେହିପରି ଗୋପାଳପୁରରେ ୬୪, ଚାନ୍ଦବାଲିରେ ୪୬, ବାଲେଶ୍ୱରରେ ୨୪ ମିମି ବର୍ଷା ରେକର୍ଡ କରାଯାଇଛି ।

ତେବେ ୨୪ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିମି ବର୍ଷା ରେକର୍ଡ କରାଯାଇଛି । ସେପ୍ଟେମ୍ବରରେ ୮୭ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା । ୧୯୩୪ ସେପ୍ଟେମ୍ବର ୨୦ରେ ୨୧୦.୮ ମିମି ବର୍ଷା ହୋଇଥିଲା । ସେହିପରି ଭୁବନେଶ୍ୱରରେ ୧୯୫ ମିମି ବର୍ଷା ରେକର୍ଡ କରାଯାଇଛି । ବର୍ଷା ପାଇଁ ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଜାରି ହୋଇଛି । ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, ନୟାଗଡ଼ ଓ ଜଗତସିଂହପୁର ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି ।

Get real time updates directly on you device, subscribe now.