fbpx

ବଢ଼ୁଛି ମହାନଦୀ, ବିପଦ ସଙ୍କେତ ଉପରେ ବୈତରଣୀ

ସମ୍ବଲପୁର(ଓଡ଼ିଶା ଭାସ୍କର): ଲଗାଣ ବଷାଁ ଯୋଗୁ ବଢ଼ିବାରେ ଲାଗିଛି ହୀରାକୁଦ ଡ୍ୟାମର ଜଳସ୍ତର । ଜଳସ୍ତର ୬୨୭.୮ ଫୁଟ ରହିଥିବା ବେଳେ ୨ ଲକ୍ଷ ୬୦ ହଜାର ୬୦୯ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୧ ଲକ୍ଷ ୨୭ ହଜାର ୧୯୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି ।

ସେହିପରି ବିପଦ ସଙ୍କେତ ଉପରେ ରହିଛି ବୈତରଣୀ ନଦୀର ଜଳସ୍ତର । ଆଖୁଆପଦାଠାରେ ବିପଦ ସଙ୍କେତ ୧୭.୮୩ ମିଟର ରହିଛି । ବର୍ତ୍ତମାନ ୧୮.୩୩ ମିଟରରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାଜଳ କଣ୍ଟି, ମଲ୍ଲୀ ମାହାରା ଓ ଗୌରାଙ୍ଗପୁର ଏସକେପ ଦେଇ ନିଷ୍କାସିତ ହେଉଛି । ଧାମନଗରର ୬ଟି ଓ ଭଣ୍ଡାରିପୋଖରୀର ୪ଟି ପଞ୍ଚାୟତବାସୀ ଏଥିରେ ପ୍ରଭାବିତ ହୋଇଛନ୍ତି ।

Get real time updates directly on you device, subscribe now.