fbpx

୧୮ ବର୍ଷୀୟ ଯୁବକଙ୍କ ‘ସିକ୍ସ ପ୍ୟାକ୍’ ପାଲଟିଲା ‘ବେବି ବମ୍ପ’: ମେଡିକାଲରେ ଅଲଟ୍ରାସାଉଣ୍ଡ ଓ ସିଟି ସ୍କାନ ପରେ ଜଣାପଡ଼ିଲା ପ୍ରକୃତ ସତ୍ୟତା

ନୂଆଦିଲ୍ଲୀ: ଯଦି ଜଣେ ପୁରୁଷ ପ୍ରେଗନାଣ୍ଟ ହୋଇଛନ୍ତି ବୋଲି କୁହାଯିବ, ତେବେ ଯେ କେହି ଏହାଶୁଣି ବିସ୍ମିତ ହେବା ସ୍ୱାଭିବିକ । ୧୮ ବର୍ଷୀୟ କାଇଲ ସ୍ମିଥଙ୍କ କ୍ଷେତ୍ରରେ ଏପରି ଏକ ଘଟଣା ଘଟିଛି । ସ୍ମିଥ ସୁସ୍ଥ ଓ ଫିଟ୍ ଥିଲେ ମଧ୍ୟ ନଅ ମାସର ଗର୍ଭବତୀଙ୍କ ଭଳି ଦେଖାଯାଉଥିଲେ । ପେଟ କଷ୍ଟ ହେବାରୁ ସ୍ମିଥ ମେଡିକାଲ ଯିବା ପରେ ଡାକ୍ତର ଏନେଇ ଖୁଲାସା କରିଥିଲେ । ୧୫ ସେମି ୧୫ ସେମି ପରିସୀମା ବିଶିଷ୍ଟ ଏକ କର୍କଟ ଟ୍ୟୁମର ତାଙ୍କର ପେଟରେ ରହିଥିବା ସିଟି ସ୍କାନ ଓ ଅଲଟ୍ରା ସାଉଣ୍ଡ କରିବା ପରେ ଜଣାପଡ଼ିଥିଲା ।

ଜଣାପଡ଼ିଛି ଯେ, ସ୍ମିଥ ଇୱିଙ୍ଗ ସାରକୋମା ନାମକ ଏକ କ୍ୟାନସର ରୋଗରେ ପୀଡ଼ିତ ହୋଇଛନ୍ତି, ଯାହାକି ସାଧାରଣତଃ ଶିଶୁ ଓ ଯୁବପୀଢ଼ିଙ୍କୁ ଆକ୍ରାନ୍ତ କରିଥାଏ । ମରସରିସାଇଡର ଲିଥରଲ୍ୟାଣ୍ଡ ନିବାସୀ ସ୍ମିଥ କହିଛନ୍ତି ଯେ, ସେ ଏହି ଘଟଣାକୁ ପ୍ରଥମେ ବିଶ୍ୱାସ କରିନଥିଲେ । ତାଙ୍କର ଶରୀର ସିକ୍ସ ପ୍ୟାକରୁ ନଅ ମାସର ଗର୍ଭବତୀଙ୍କ ପରି ଦେଖାଯାଇଥିଲା । ସେ ଯଦି ଚିକିତ୍ସାରେ ଅଧିକ ବିଳମ୍ବ କରିଥାନ୍ତେ, ତେବେ ଖୁବ୍ ଭୟଙ୍କର ହୋଇଥାନ୍ତା । ତାଙ୍କର ଗାର୍ଲଫ୍ରେଣ୍ଡ ମାଆ ଏହି ଦୁଃଖଦ ସମୟରେ ଦେଖାଶୁଣା କରୁଛନ୍ତି । କୋଭିଡ୍ ମହାମାରୀ ସମୟରେ କ୍ୟାନସରର ଚିକିତ୍ସାରେ ଅବହେଳା ନ କରିବାକୁ ସ୍ମିଥ ସଚେତନତାର ବାର୍ତ୍ତା ଦେଇଛନ୍ତି । ଟ୍ୟୁମରର ବୃଦ୍ଧିକୁ ହ୍ରାସ କରିବା ପାଇଁ ସ୍ମିଥ ବର୍ତ୍ତମାନ କ୍ଲାଟରବ୍ରିଜ କ୍ୟାନସର ସେଣ୍ଟରରେ କେମୋଥେରାପି ଚିକିତ୍ସା କରୁଛନ୍ତି ।

Get real time updates directly on you device, subscribe now.