fbpx

ରାଜଙ୍କ ବିରୋଧରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍, ସ୍ୱାମୀଙ୍କୁ ନେଇ ଏପରି କହିଲେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ପରିବାରର ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ବୁଧବାର ଦିନ ପର୍ଣ୍ଣୋଗ୍ରାଫୀ ମାମଲାରେ ୧୫୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିବା ସହିତ ୪୩ ସାକ୍ଷୀଙ୍କ ନାଁ ଦେଇଛି । ଏହି ୪୩ ସାକ୍ଷୀଙ୍କ ମଧ୍ୟରେ ରାଜ କୁନ୍ଦ୍ରାଙ୍କ ପତ୍ନୀ ତଥା ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଓ ଶର୍ଲିନ୍ ଚୋପ୍ରା ମଧ୍ୟ ଅଛନ୍ତି । ଏହାରି ମଧ୍ୟରେ ଶିଳ୍ପାଙ୍କ ଏକ ବୟାନ ସାମ୍ନାକୁ ଆସିଛି, ଯାହାକି ସେ ପୋଲିସକୁ ଦେଇଛନ୍ତି ।

ମୁମ୍ବାଇ ପୋଲିସର କହିବା ମୁତାବକ, ଚାର୍ଜସିଟରେ ୪୩ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇଛି । ବୟାନରେ ଶିଳ୍ପା ମୁମ୍ବାଇ ପୋଲିସକୁ କହିଛନ୍ତି ଯେ, ‘ମୁଁ ମୋ ନିଜ କାମରେ ଅଧିକ ବ୍ୟସ୍ତ ରହିଥିଲି । ଏଥିପାଇଁ ରାଜ କୁନ୍ଦ୍ରା କ’ଣ କରୁଥିଲେ ତାହା ଜାଣିନଥିଲି । ରାଜ ୨୦୧୫ ମସିହାରେ ଭିୟାନ ଇଣ୍ଡଷ୍ଟ୍ରିଜ୍ ଲିମିଡେଟ ଆରମ୍ଭ କରିଥିଲେ । ମୁଁ ୨୦୨୦ ପର୍ଯ୍ୟନ୍ତ ନିର୍ଦ୍ଦେଶକ ଥିଲି, କିନ୍ତୁ ପରେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଇଥିଲି ।’

ଏହା ଶିଳ୍ପ କହିଛନ୍ତି ଯେ, ‘ମୋତେ ହଟସ୍ପଟ ବା ବଲିଫେମ୍ ଆପ୍ ବିଷୟରେ କିଛି ବି ଜଣାନଥିଲା । ମୁଁ ମୋ କାମରେ ବ୍ୟସ୍ତ ଥିଲି, ଯେଉଁଥିପାଇଁ ମୋତେ ଏବିଷୟରେ କିଛି ଧାରଣା ନଥିଲା ।’

ତେବେ ରାଜ କୁନ୍ଦ୍ରା ଜୁଲାଇ ୧୯ ଠାରୁ ଜେଲରେ ଅଛନ୍ତି । ଅଶ୍ଳୀଳ ଚଳଚ୍ଚିତ୍ର ନିର୍ମାଣ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ଅନ୍ୟପକ୍ଷରେ, ରାଜ କୁନ୍ଦ୍ରାଙ୍କ ଅଶ୍ଳୀଳତା ମାମଲାର ମଧ୍ୟରେ ଶିଳ୍ପା ଶେଟ୍ଟୀ ବୁଧବାର ନିଜେ ବିଷ୍ଣୁ ଦେବୀ ଦର୍ଶନ ପାଇଁ ପହଞ୍ଚିଛନ୍ତି । ରାଜ କୁନ୍ଦ୍ରା ଜେଲ ଯିବା ପରେ ଶିଳ୍ପା କିଛି ଦିନ କ୍ୟାମେରାଠାରୁ ଦୂରରେ ରହିଥିଲେ କିନ୍ତୁ ଏହା ପରେ ସେ ପୁଣି ନିଜ କାମକୁ ଫେରିଥିଲେ । ନିକଟରେ ଶିଳ୍ପା ନିଜ ପିଲାମାନଙ୍କ ସହିତ ଗଣେଶୋତ୍ସବଙ୍କୁ ମଧ୍ୟ ପାଳନ କରିଥିଲେ ।

Get real time updates directly on you device, subscribe now.