fbpx

ଭୁଲରେ ଆକାଉଣ୍ଟକୁ ଟଙ୍କା ଆସିଗଲେ କଣ କରିବେ? ଜାଣନ୍ତୁ ଆରବିଆଇର ଏହି ନିୟମ ସମ୍ପର୍କରେ

ନୂଆଦିଲ୍ଲୀ: କରୋନା ମହାମାରୀ ଆରମ୍ଭ ହେବା ଦିନଠାରୁ ଅଧିକାଂଶ ଲୋକ ଅନଲାଇନ୍ ରେ ଟଙ୍କା ନେଣ ଦେଣ କରୁଛନ୍ତି । ଲୋକ ମାନେ ଏବେ ଅଧିକ ମାତ୍ରାରେ ଅନଲାଇନ୍ ଉପରେ ଭରସା କରୁଛନ୍ତି ଓ ବିଭିନ୍ନ ପ୍ରକାରର ଟ୍ରାନଜାକ୍ସନ୍ ଆପ୍ ର ବ୍ୟବହାର କରୁଛନ୍ତି । କ୍ୟାସ ଦେବା ତୁଳନାରେ ଅନଲାଇନ୍ ପେମେଣ୍ଟ ଖୁବ୍ ଶୀଘ୍ର ଓ ସହଜରେ ହୋଇପାରୁଥିବାରୁ ଏହି ପ୍ଲାଟଫର୍ମର ଅଧିକ ବ୍ୟବହାର କରାଯାଉଛି । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ବା ଆରବିଆଇ, ଅନଲାଇନରେ ଟଙ୍କା ଦେଣନେଣ କରିବାରେ ଯେପରି ଲୋକ ମାନଙ୍କ ଟଙ୍କା ସୁରକ୍ଷିତ ରହିବ ସେନେଇ ସବୁବେଳେ ପ୍ରୟାସ କରିଥାଏ । ହେଲେ ନିକଟରେ ବିହାରରେ କିଛି ମାମଲା ଏପରି ଦେଖିବାକୁ ମିଳିଛି ଯାହା ଆଶ୍ଚର୍ଯ୍ୟ କରିଛି ।

ବ୍ୟାଙ୍କ୍ ରେ କିଛି ଅନିୟମିତତା କାରଣରୁ ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଚାଲି ଯାଉଛି । ବିହାରର ଖଗଡିଆଁରେ ଜଣେ ଯୁବକଙ୍କ ଆକାଉଣ୍ଟକୁ ୫ ଲକ୍ଷ ଟଙ୍କା ଚାଲି ଯାଇଥିଲା । ଏହା ବ୍ୟତୀତ ଜଣେ ସ୍କୁଲ ଛାତ୍ରଙ୍କ ଆକାଉଣ୍ଟକୁ ୯୬୦ କୋଟି ଟଙ୍କା ଚାଲିଯାଇଥିଲା । ଏହା ଦେଖି ବ୍ୟାଙ୍କ ଅଧିକାରୀ ମାନେ ବି କିଛି ବୁଝିପାରିନଥିଲେ । ଅଧିକାରୀ ମାନଙ୍କ ଅବହେଳା କାରଣରୁ ଯେଉଁ ଲୋକ ମାନଙ୍କ ଖାତାକୁ ଟଙ୍କା ଯାଇଥିଲା ସେମାନେ ଆକାଉଣ୍ଟ ଚେକ୍ କରିବାକୁ ବ୍ୟାଙ୍କରେ ପହଞ୍ଚିଥିଲେ ।

ଯଦି ଆପଣ ଭୁଲରେ କାହା ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ କରିଦେଇଛନ୍ତି ତେବେ ଟଙ୍କା ପୁଣି ଫେରିପାଇବାକୁ ଆପଣ ପ୍ରଥମେ ଏଟିଏମ୍ କାର୍ଡ ନମ୍ବର ଓ ନେଟ୍ ବ୍ୟାଙ୍କିଙ୍କ୍ ସେବାକୁ ବନ୍ଦ କରିବାକୁ ହେବ । ଯାହାଦ୍ୱାରା କେହି ବି ଠକି ପାରିବେନାହିଁ । ଏହାପରେ ପୋଲିସ୍ କୁ ଏନେଇ ଅଭିଯୋଗ କରନ୍ତୁ । ତାପରେ ଏଫଆଇଆର୍ କପି କୁ ବ୍ୟାଙ୍କ୍ ରେ ଜମା କରନ୍ତୁ ।

ଏଫଆଇଆର୍ କପି ଆଧାରରେ କିପରି ଟଙ୍କା ଫେରିପାଇବେ ସେନେଇ ବ୍ୟାଙ୍କ ଅଧିକାରୀ ମାନେ ଯାଞ୍ଚ କରିବେ । ବ୍ୟାଙ୍କ ଆପଣଙ୍କ ଦ୍ୱାରା ଦିଆଯାଇଥିବା ଡିଟେଲ୍ ଆଧାରରେ ଯାଞ୍ଚ କରିବ ଯେ, ଆପଣ କାହାକୁ ଭୁଲରେ ପଠାଇଛନ୍ତି ନା ଆପଣଙ୍କ ଆକାଉଣ୍ଟ୍ ସହିତ ଠକେଇ ହୋଇଛି । ଯଦି ଆପଣଙ୍କ ସହିତ ଠକେଇ ହୋଇଛି ତେବେ ଟଙ୍କା ଆପଣଙ୍କୁ ପୁରା ମିଳିଯିବ । ଆଉ ଯଦି ଆପଣ କାହା ଆକାଉଣ୍ଟକୁ ଭୁଲରେ ଟଙ୍କା ପଠାଇଦେଇଛନ୍ତି ତେବେ ଆପଣ ନିଜର ବ୍ୟାଙ୍କକୁ ଯାଇ ଚେକ୍ କରନ୍ତୁ । ଏହାପରେ ଯାହା ଆକାଉଣ୍ଟକୁ ଟଙ୍କା ପଠାଇଛନ୍ତି ତାଙ୍କ ବ୍ୟାଙ୍କକୁ ଯାଇ ବୁଝନ୍ତୁ ।

ଭୁଲରେ ଟଙ୍କା ଟ୍ରାନ୍ସଫର୍ ହୋଇଥିବା ନେଇ ପ୍ରମାଣ ଦେଲେ ଆପଣଙ୍କୁ ଟଙ୍କା ମିଳିଯିବ । ପ୍ରଥମେ ଏନେଇ ବ୍ୟାଙ୍କକୁ ସୂଚନା ଦିଅନ୍ତୁ । ଆପଣ କାହା ପାଖକୁ ଭୁଲରେ ଟଙ୍କା ପଠାଇଛନ୍ତି ସେନେଇ ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ । ତେବେ ଯଦି ଯାଞ୍ଚରେ ଜଣାପଡେ ଯେ, ଆପଣଙ୍କ ଖାତାକୁ ଭୁଲରେ ଟଙ୍କା ଆସିଯାଇଛି ତେବେ ଆପଣଙ୍କୁ ଟଙ୍କା ଫେରାଇବାକୁ ହେବ । ଆଉ ଯଦି ଆପଣ ଟଙ୍କା ନ ଫେରାନ୍ତି ତେବେ ଆପଣଙ୍କ ନାମରେ ଅଭିଯୋଗ ହୋଇପାରେ । ଆପଣ ଗିରଫ ବି ହୋଇପାରନ୍ତି ।

Get real time updates directly on you device, subscribe now.