fbpx

ମିଥାଲି ରାଜଙ୍କ ଅର୍ଦ୍ଧଶତକ ବେକାର: ପରାଜୟରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ

ନୂଆଦିଲ୍ଲୀ: ପରାଜୟରୁ ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ କରିଛି ଭାରତୀୟ ମହିଳା କ୍ରିକେଟ ଦଳ । ପ୍ରଥମ ଦିନିକିଆରେ ଭାରତୀୟ ଦଳ ୯ ୱିକେଟରେ ପରାଜିତ ହେବା ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ପଛୁଆ ରହିଛି । ମ୍ୟାକେର ହାରୁପ ପାର୍କରେ ଖେଳା ଯାଉଥିବା ମୁକାବିଲାରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ଅଧିନାୟିକା ମିଥାଲି ରାଜଙ୍କ ଅର୍ଦ୍ଧଶତକ ଏବଂ ୟସ୍ତିକା ଭାଟିଆ ଓ ରିଚା ଘୋଷଙ୍କ ଉପଯୋଗୀ ଅବଦାନ ସହାୟତାରେ ଭାରତ ୮ ୱିକେଟ ବିନିମୟରେ ୨୨୫ ରନ ସଂଗ୍ରହ କରିଥିଲା । ଜବାବରେ ରାଚେଲ ହେନ୍ସଙ୍କ ଅପରାଜିତ ୯୩ ରନ ସହାୟତାରେ ଅଷ୍ଟ୍ରେଲି ୧ ୱିକେଟ ହରାଇ ଆବଶ୍ୟକ ରନ ହାସଲ କରି ନେଇଥିଲା ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପକ୍ଷରୁ ଦୁଇ ଓପ୍ନର ଶେଫାଳି ବର୍ମା(୮) ଓ ସ୍ମୃତି ମନ୍ଧାନା(୧୬) ଭଲ ଆରମ୍ଭ କରିଥିଲେ । ୩.୩ ଓଭରରେ ଉଭୟ ୩୧ ରନ ଯୋଡିଥିଲେ ହେଁ ମାତ୍ର ୧୦ ବଲ ବ୍ୟବଧାନରେ ଉଭୟ ପ୍ୟାଭିଲିୟନ ଫେରିଥିଲେ । ପଦାର୍ପଣକାରୀ ୟସ୍ତିକା ଭାଟିଆ(୩୫) ଏବଂ ଅଧିନାୟିକା ମିଥାଲି ରାଜ(୫୯)ଙ୍କ ମଧ୍ୟରେ ୭୭ ରନର ଭାଗିଦାରୀ ହୋଇଥିଲା । ତେବେ ପ୍ରଥମ ୩ ୱିକେଟ ଅକ୍ତିଆର କରି ଡାର୍ସି ବ୍ରାଉନ ଭାରତର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ । ରନଗତି ବଢାଇବା ଲକ୍ଷରେ ୧୦୭ ବଲରୁ ୬୩ ରନ କରି ଆଉଟ ହୋଇଥିଲେ ମିଥାଲି । ତେବେ ଶେଷ ଆଡକୁ ରିଚା ଘୋଷଙ୍କ ୩୨ ଏବଂ ଝୁଲଣ ଗୋସ୍ୱାମୀଙ୍କ ୨୦ ଭାରତର ସ୍କୋର ୨୦୦ ପାର କରାଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଡାର୍ସି ବ୍ରାଉନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ସୋଫି ମୋଲିନକ୍ସ ଏବଂ ଡାର୍ଲିଙ୍ଗଟନ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୨୨୬ ରନର ପିଛା କରୁଥିବା ଅଷ୍ଟ୍ରେଲିଆ ପକ୍ଷରୁ ୩ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରିଥିଲେ । ରାଚେଲ ହେନ୍ସ(୯୩) ଓ ଆଲିସା ହିଲୀ(୭୭) ପ୍ରଥମ ୱିକେଟରେ ୧୨୬ ରନ ଯୋଡିଥିବା ବେଳେ ମେଗ ଲାନିଙ୍ଗ ୫୩ ରନରେ ଅପରାଜିତ ରହିଥିଲେ । ୪ ୱିକେଟ ସଫଳତା ପାଇଁ ଡାର୍ସି ବ୍ରାଉନଙ୍କ ପ୍ଲେୟର ଅଫ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.