fbpx

ଅଜଣା ଜ୍ୱର ଆତଙ୍କ:୨ ଘଣ୍ଟା ବ୍ୟବଧାନରେ ଆରପାରିରେ ଭାଇ-ଭଉଣୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାତ୍ର ଦୁଇ ଘଣ୍ଟାର ବ୍ୟବଧାନରେ ଭାଇ-ଭଉଣୀ ଆରପାରିକୁ ଚାଲି ଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ମା ଓ ଏକ ବର୍ଷର ଶିଶୁ । ବଣାଇ ଅନ୍ତର୍ଗତ ଲହୁଣୀପଡା ଥାନାର ବରସୁଆଁରେ ଏଭଳି ଅଘଟଣ ଘଟିଛି । ବରସୁଆଁ ସ୍କୁଲ ବସ୍ତି ଅଞ୍ଚଳରେ ରହୁଥିବା ଏହି ପରିବାରର ୪ ସଦସ୍ୟ ଅଜଣା ଜ୍ୱରରେ ଆକ୍ରାନ୍ତ ହୋଇଥିଲେ ।
ଆମ୍ବୁଲାନ୍ସ ପାଇଁ ଫୋନ କରାଯାଇଥିଲେ ମଧ୍ୟ ନ ପହଞ୍ଚିବାରୁ ଅଟୋରେ ହସ୍ପିଟାଲ ଯାଇଥିଲା ପରିବାର । ହସ୍ପିଟାଲରେ ୭ ବର୍ଷର ଭଉଣୀ ଏବଂ ଦୁଇ ବର୍ଷର ଭାଇ ପ୍ରାଣ ହରାଇଥିଲେ । ମାତ୍ର ଦୁଇ ଘଣ୍ଟା ମଧ୍ୟରେ ଦୁଇଜଣଙ୍କ ପ୍ରାଣହାନି ଘଟିଥିବା ବେଳେ ମା ଏବଂ ୧ ବର୍ଷର ଶିଶୁ ପୁତ୍ରର ଅବସ୍ଥା ଗୁରୁତର ରହିଛି । ନିକଟରେ ଏହି ତିନି ପିଲାଙ୍କ ପିତା ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।

Get real time updates directly on you device, subscribe now.