fbpx

ବର୍ଗରରୁ ବାହାରିଲା ବିଛା, ଅଧା ଖାଇବା ପରେ ପଡ଼ିଲା ନଜର; ଭୟରେ ଦୌଡ଼ିଲେ ହସ୍ପିଟାଲକୁ

ଜୟପୁର: ବର୍ଗର ଅର୍ଡର୍ କରି ଖାଇବା ବେଳକୁ ସେଥିରୁ ବାହାରିଲା ବିଛା । ଜଣେ ଗ୍ରାହକ ଏଭଳି ଅଭିଯୋଗ ଆଣିବା ପରେ ରେଷ୍ଟୁରାଣ୍ଟରେ ହଙ୍ଗାମା ହୋଇଥିବା ଦେଖିବାକୁ ମିଳିଛି । ଏଭଳି ଏକ ଦୃଶ୍ୟ ସାମନାକୁ ଆସିଛି ରାଜସ୍ଥାନର ଜୟପୁରର ମାଳବୀୟନଗରରୁ । ଏଠାରେ ଥିବା ଏକ ରେଷ୍ଟୁରାଣ୍ଟରୁ ଏହିଭଳି କିଛି ଅଭିଯୋଗ ଆଣିଛନ୍ତି ଜଣେ ଗ୍ରାହକ । ଏନେଇ ସେ ରେଷ୍ଟୁରାଣ୍ଟ ମାଲିକଙ୍କ ପାଖରେ ଅଭିଯୋଗ କରିବା ପରେ ବିବାଦ ଆହୁରି ବଢ଼ିଯାଇଛି । ଏପରିକି ଗ୍ରାହକ ଓ ତାଙ୍କ ସହ ଆସିଥିବା ଅନ୍ୟ ମାନଙ୍କ ସହିତ ରେଷ୍ଟୁରାଣ୍ଟ ଷ୍ଟାଫ୍ ମାନେ ମାରପିଟ୍ ବି କରିଥିବା ଜଣାପଡ଼ିଛି ।

ରେଷ୍ଟୁରାଣ୍ଟ ମାଲିକ ଓ ସେଠାରେ କାମ କରୁଥିବା ଷ୍ଟାଫ୍ ମାନଙ୍କ ସହିତ ଝଗଡ଼ା ହେବାପରେ ବର୍ଗର୍ ଖାଇଥିବା ଗ୍ରାହକଙ୍କ ସ୍ୱାସ୍ଥାବସ୍ଥା ବିଗିଡ଼ି ଯାଇଥିଲା । ଆଉ ତୁରନ୍ତ ତାଙ୍କୁ ନିକଟ ହସ୍ପିଟାଲକୁ ନିଆଯାଇଥିଲା । ସେଠାରେ ଏବେ ସେ ଚିକିତ୍ସାଧୀନ ଅଛନ୍ତି । ଡାକ୍ତର ତାଙ୍କୁ ଅବ୍ଜର୍ଭେସନ୍ ରେ ରଖିବା ପରେ କିଛି ଔଷଧ ବି ଦେଇଥିଲେ । ତେବେ ଗ୍ରାହକ ଜଣକ ରେଷ୍ଟୁରାଣ୍ଟ ମ୍ୟାନେଜର୍ ଙ୍କ ବିରୋଧରେ ଜବାହାର ସର୍କିଲ ଥାନାରେ ଅଭିଯୋଗ କରିଛନ୍ତି । ତେବେ ଏହି ଘଟଣା ସେପ୍ଟେମ୍ବର ୧୭ ତାରିଖର ବୋଲି ଜଣାପଡ଼ିଛି ।

ଗ୍ରାହକ ଜଣକ ଉକ୍ତ ରେଷ୍ଟୁରାଣ୍ଟରୁ ୨ଟି ବର୍ଗର ଅର୍ଡର୍ କରିଥିଲେ । ଗୋଟିଏ ତାଙ୍କ ସାଙ୍ଗ ଓ ଅନ୍ୟଟି ସେ ଖାଇଥିଲେ । ଯେତେବେଳେ ସେ ବର୍ଗର୍ ର ଅଧା ଖାଇଛନ୍ତି । ସେ ସମୟରେ ତାଙ୍କୁ କିଛଇ ଅଜବ ଜିନିଷ ଖାଇବା ପରି ଅନୁଭବ ହୋଇଥିଲା । ତେଣୁ ସନ୍ଦେହ ହେଲା । ହାତରେ ଧରିଥିବା ଅଧା ଅଂଶରେ ସେ ଦେଖିବାକୁ ପାଇଥିଲେ ଯେ, କଳା ରଙ୍ଗର ଏକ ପୋକ ସେଥିରେ ଦେଖାଯାଉଛି । ଏହାପରେ ମୁହଁରେ ଥିବା ବାକି ଅଂଶକୁ ବି ବାହାର କରିଦେଇଥିଲେ । ଆଉ ଜାଣିବାକୁ ପାଇଥିଲେ ଯେ, ଗୋଟିଏ କଳା ରଙ୍ଗର ବିଛା ସେଥିରେ ଅଛି ।

 

Get real time updates directly on you device, subscribe now.