fbpx

ଦୁଷ୍କର୍ମ ଅଭିଯୁକ୍ତକୁ ମୂତ୍ର ପିଆଇଲେ ପୀଡିତାର ପରିବାର; ଘୋଷାଡି ଘୋଷାଡି ଗାଁରେ ବୁଲାଇଲେ

ନୂଆଦିଲ୍ଳୀ: ରାଜସ୍ଥାନର କୋଟାରେ ଘଟିଯାଇଛି ଏକ ବର୍ବର କାଣ୍ଡ । ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଅତ୍ୟନ୍ତ ବର୍ବର ଭାବରେ ନିର୍ଯାତନା ଦିଆଯାଉଥିବାର ଭିଡିଓଟି ଭାଇରାଲ ହୋଇଛି । ଦୂର ସମ୍ପର୍କୀୟଙ୍କ ଦ୍ୱାରା ଯୁବକଙ୍କୁ ଏଭଳି ନିର୍ଯାତନା ଦିଆଯାଇଥିବା ଜଣାପଡିଛି । ୨୨ ବର୍ଷୀୟ ଏହି ଯୁବକ ଜଣକ ଅହମ୍ମଦାବାଦରେ କାମ କରନ୍ତି । ଗାଁକୁ ଫେରିଥିବା ବେଳେ ଜଣେ ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା । ଏପରିକି ସମ୍ପର୍କୀୟ ଦାଦା ଓ ଖୁଡି ତାଙ୍କୁ ମାଡ ମାରିବା ସହିତ ମୂତ୍ର ପିଆଇଥିଲେ । ଏପରିକି ତାଙ୍କୁ ମାଡ ମରାଯାଉଥିବାର ଭିଡିଓଟିକୁ ମଧ୍ୟ ସେମାନେ ରେକର୍ଡ କରିଥିଲେ ।

ଏହି ଘଟଣା ପରେ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଯୁବକ ଜଣଙ୍କୁ ଗିରଫ କରିଥିଲା । ତେବେ ପରବର୍ତ୍ତୀ ସମୟରେ ଭିଡିଓଟି ଭାଇରାଲ ହେବା ପରେ ପୋଲିସ ପକ୍ଷରୁ ଦ୍ୱିତୀୟ ମାମଲା ରୁଜୁ କରାଯାଇଥିଲା । ସେପ୍ଟେମ୍ବର ୧୪ ତାରିଖରେ ଏହି ଘଟଣା ଘଟିଥିଲା । ମାଡ ଖାଇଥିବା ଯୁବକଙ୍କ ଭାଇ କହିଛନ୍ତି ଦାଦା ଓ ଖୁଡୀ ମିଶି ତାଙ୍କ ଭାଇଙ୍କୁ ଅପହରଣ କରି ନେଇଥିଲେ ଏବଂ ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି । ଯୁବକଙ୍କ ନିକଟରେ ଥିବା ଆଇଡି କାର୍ଡ ସହିତ ୨୨ ହଜାର ଟଙ୍କା ମଧ୍ୟ ଉଭୟ ନେଇ ଯାଇଥିବା ଜଣାପଡିଛି । ଦାଦା ଜଣକ ହୋମଗାର୍ଡ ଭାବରେ କାମ କରୁଥିବା ବେଳେ ତାଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୋଲିସ ଡିଏସପି ପ୍ରବୀଣ ଜୈନ କହିଛନ୍ତି ।

Get real time updates directly on you device, subscribe now.