fbpx

ଆଇପିଏଲ ୨୦୨୧: ଦିଲ୍ଲୀ ସମ୍ମୁଖରେ ୧୩୫ ରନର ବିଜୟ ଲକ୍ଷ୍ୟ

ନୂଆଦିଲ୍ଳୀ: ଆଇପିଏଲ ୨୦୨୧ର ବୁଧବାରର ମୁକାବିଲାରେ ଦିଲ୍ଲୀ ସମ୍ମୁଖରେ ରନର ଲକ୍ଷ୍ୟ ଧାର୍ଯ୍ୟ କରିଛି ହାଇଦ୍ରାବାଦ । ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ନିର୍ଦ୍ଧାରିତ ଓଭରରେ ୯ ୱିକେଟ ହରାଇ ୧୩୪ ରନ୍ ସଂଗ୍ରହ କରିଥିଲା । ହାଇଦ୍ରାବାଦ ପକ୍ଷରୁ ଅବଦୁଲ ସମାଦ ସର୍ବାଧିକ ୨୮ ରନ କରିଥିବା ବେଳେ ରଶିଦ୍ ଖାନ ୨୨ ରନ ସଂଗ୍ରହ କରିଥିଲେ । ଦିଲ୍ଲୀ ପକ୍ଷରୁ କାଗିସୋ ରବାଡା ସର୍ବାଧିକ ୩ ୱିକେଟ ଅକ୍ତିଆର କରିଥିବା ବେଳେ ଅକ୍ଷର ପଟେଲ ଏବଂ ଆନିର୍କ ନର୍ଜେ ୨ଟି ଲେଖାଏଁ ୱିକେଟ ନେଇଥିଲେ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ ପ୍ରଥମ ଓଭରରେ ନିର୍ଭରଯୋଗ୍ୟ ଡେଭିଡ ୱାର୍ଣ୍ଣର(୦)ଙ୍କ ୱିକେଟ ହରାଇଥିଲା । ରିଦ୍ଧିମାନ ଶାହା ଏବଂ କେନ ୱଲିୟମସନ୍ ପ୍ରତ୍ୟେକ ୧୮ ରନ ଲେଖାଏଁ ସଂଗ୍ରହ କରିଥିଲେ । ମଧ୍ୟକ୍ରମରେ ମନୀଷ ପାଣ୍ଡେ (୧୭) ଏବଂ କେଦାର ଯାଦବ(୩) ବିଫଳ ହୋଇ ଦଳକୁ ସଙ୍କଟରେ ପକାଇଥିଲେ । ଶେଷ ଆଡକୁ ଅବଦୁଲ ସମାଦ(୨୮) ଏବଂ ରାଶିଦ ଖାନ(୨୨)ଙ୍କ ଉପଯୋଗୀ ଅବଦାନ ଫଳରେ ହାଇଦ୍ରାବାଦ ୧୩୦ ରନ୍ ପାର କରିଥିଲା ।

Get real time updates directly on you device, subscribe now.