fbpx

ବିଶ୍ୱର ସର୍ବାଧିକ ଆୟକାରୀ ଫୁଟବଲର; ମେସିଙ୍କୁ ପଛରେ ପକାଇଲେ CR7

ନୂଆଦିଲ୍ଲୀ: ବୁଧବାର ଫୋବର୍ସ ପକ୍ଷରୁ ବିଶ୍ୱର ସର୍ବାଧିକ ଆୟକାରୀ ଫୁଟବଲରଙ୍କ ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ସର୍ବାଧିକ ଆୟକାରୀ ଖେଳାଳିଙ୍କ ତାଲିକାରେ ମେସିଙ୍କୁ ପଛରେ ପକାଇଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ୨୦୨୦ରେ ମେସି ଏହି ତାଲିକାରେ ସବ୍ରାଗ୍ରେ ରହିଥିଲେ । ୨୦୨୦ରେ ଏହି ତାଲିକାରେ ରହିଥିବା ଆଣ୍ଟୋନିଓ ଗ୍ରୀଜମ୍ୟାନ ଏବଂ ଡେଭିଡ ଡି ଗା ଟପ ଟେନରୁ ବାଦ ପଡିଥିବା ବେଳେ ପ୍ରଥମ ପାଇଁ ଟପ ଟେନରେ ପ୍ରବେଶ କରିଛନ୍ତ ଆନ୍ଦ୍ରେ ଇନଏଷ୍ଟା । ନିଜର ପୁରୁଣା କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡରେ ଯୋଗ ଦେଇଥିବା ରୋନାଲ୍ଡୋଙ୍କ ବେତନ ଅଧିକ ନଥିଲେ ମଧ୍ୟ ବ୍ରାଣ୍ଡ ଭ୍ୟାଲୁ ସବୁଠୁ ଆଗୁଆ ରହିଛି । ସମଗ୍ର ବିଶ୍ୱର ମାତ୍ର ୩ ଜଣ ଆଥଲେଟ ରୋଜର ଫେଡେରର(୯୦ ମିଲିୟନ), ଲେବ୍ରନ ଜେମ୍ସ(୬୫) ଏବଂ ଟାଇଗର ଉଡ୍ସ(୬୦) ରୋନାଲ୍ଡୋଙ୍କ ଠାରୁ ଆଗୁଆ ରହିଛନ୍ତି । ରୋନାଲ୍ଡୋଙ୍କ ବ୍ରାଣ୍ଡ ଭ୍ୟାଲ୍ୟୁ ୫୫ ମିଲିୟନ୍ ଡଲାର ରହିଛି ।

ବେତନ ଅନୁସାରେ ମେସି ୧ ନମ୍ବର ସ୍ଥାନରେ ରହିଥିବା ବେଳେ ନେମ୍ୟାର ଜୁନିୟର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ରୋନାଲ୍ଡୋଙ୍କ ସମୁଦାୟ ଆୟ ୧୨୫ ମିଲିୟନ ଡଲାର ରହିଥିବା ବେଳେ ମେସି ବାର୍ଷିକ ୧୧୦ ମିଲିୟନ ଡଲାର ରହିଛି । ନେମ୍ୟାର ଜୁନିୟର(୯୫), ଏମବାପ୍ପେ(୪୩), ମହମ୍ମଦ ସଲାହ(୪୧), ରବର୍ଟ ଲିଓଣ୍ଡୋସ୍କି(୩୫), ଆନ୍ଦ୍ରେସ ଇନିଏଷ୍ଟା(୩୫), ପଲ ପୋଗବା(୩୪), ଗାରେଥ୍ ବେଲ(୩୨) ଓ ଏଡେନ୍ ହାଜାର୍ଡ(୨୯) ଶ୍ରେଷ୍ଠ ୧୦ ମଧ୍ୟରେ ରହିଛନ୍ତି ।

Get real time updates directly on you device, subscribe now.