fbpx

ଯୁବାବସ୍ଥାରେ କେଶ ଧଳା ହେଉଛି କି, ଆପଣାନ୍ତୁ ଏହି ସବୁ ଉପାୟ

ବୟସ ଅଧିକା ହେଲେ କେଶ ପାଚିବା ସ୍ୱାଭାବିକ କଥା । କିନ୍ତୁ ବର୍ତ୍ତମାନ ପରିବେଶ ଓ ଜଳବାୟୁର ପରିବର୍ତ୍ତନ ଯୋଗୁଁ ଯୁବପିଢିଙ୍କ ଠାରେ କେଶ ଧଳା ହେବା ମୁଖ୍ୟ ସମସ୍ୟା ପାଲଟିଛି । ଏହାର ମୁଖ୍ୟ କାରଣ ହେଉଛି ଅଧୁନିକ ଜୀବନଶୈଳୀ, ଚିନ୍ତା, ବାୟୁପ୍ରଦୂଷଣ ଓ କେଶକୁ ସୁନ୍ଦର କରିବା ପାଇଁ ବ୍ୟବହାର କରୁଥିବା ବିଭିନ୍ନ ପ୍ରକାର କେମିକାଲ ପ୍ରଡକ୍ଟ । ତେବେ ଯଦି ଆପଣ ଏହି ସମସ୍ୟାର ସମ୍ମୁଖୀନ ହେଉଥାନ୍ତି, କିଛି ଘରୋଇ ଉପଚାର ମାଧ୍ୟମରେ ଆପଣ ଏଥିରୁ ମୁକ୍ତି ପାଇପାରିବେ ।

କେଶ ପାଇଁ ଭିଟାମିନ୍ ଆବଶ୍ୟକ । ଏଥିପାଇଁ ଠିକ ସମୟରେ ଖାଇବା ଦରକାର । ବାଦାମରେ କପର ଓ ଭିଟାମିନ ଇ ରହିଥାଏ ଯାହା କେଶ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ତେଣୁ ସର୍ବଦା ବାଦାମ ଖାଇବା ଉଚିତ୍ ।

ଚକୋଲେଟ ମସ୍ରୁମରେ ଅଧିକ କପର ଥିବାରୁ ଏହା କେଶକୁ କଳା ଓ ଘନ କରିଥାଏ ।

ଶାଗ ଖାଇବା ଦ୍ୱାରା କେବଳ କେଶ ନୁହେଁ, ଶରୀରକୁ ମଧ୍ୟ ପ୍ରଚୁର ପରିମାଣରେ ଭିଟାମିନ୍ ମିଳିଥାଏ । ଏହା କେଶକୁ କଳା କରିବାରେ ସହାୟକ ହୋଇଥାଏ ।

ଅଣ୍ଡାରେ ଭିଟାମିନ ବି-୧୨ ଥାଏ, ଯାହା କେଶବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି କୌଣସି ସମସ୍ୟା ନଥାଏ, ତେବେ ଆପଣ ଅଣ୍ଡାକୁ ପ୍ରତିଦିନ ଖାଇପାରିବେ ।

Get real time updates directly on you device, subscribe now.