fbpx

ୱାଶିଂଟନ ଡିସିରେ ପହଞ୍ଚିଲେ ମୋଦୀ; ଉପରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଆଜି ଭେଟିବେ

ନୂଆଦିଲ୍ଲୀ: ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୩ ଦିନିଆ ଆମେରିକା ଗସ୍ତରେ ଯାଇ ୱାଶିଂଟନରେ ପହଞ୍ଚିଛନ୍ତି । ଗୁରୁବାର ଭୋର ୩.୩୦ ମିନିଟରେ ମୋଦୀ ୱାଶିଂଟନରେ ପହଞ୍ଚିଥିଲେ । ଜଏଣ୍ଟ ବେସ ଆଣ୍ଡ୍ର୍ୟୁସ ଏୟାରବେସରେ ମୋଦୀଙ୍କ ବିମାନ ଅବତରଣ କରିଥିଲା । ୱାଶିଂଟନ ଡିସିରେ ମୋଦୀ ଅବତରଣ କରିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା । ମୋଦୀ ଅବତରଣ କରିବା ପରେ ତାଙ୍କୁ ସ୍ୱାଗତ କରିବା ପାଇଁ ଶତାଧିକ ଭାରତୀୟ ଉପସ୍ଥିତ ରହିଥିଲେ । ଭାରତୀୟ ଜାତୀୟ ପତାକା ସହିତ ମୋଦୀଙ୍କୁ ଭବ୍ୟ ସ୍ୱାଗତ ପ୍ରଦାନ କରାଯାଇଥିଲା । ବିମାନ ବନ୍ଦରରୁ ମୋଦୀଙ୍କ କାରକେଡ୍ ପେନସିଲଭାନିଆର ହୋଟେଲ ୱିଲାର୍ଡକୁ ଯାଇଥିଲା । ବିମାନ ବନ୍ଦରରେ ମୋଦୀଙ୍କୁ ମିଳିଥିବା ସ୍ୱାଗତର ଫଟୋକୁ ମୋଦୀ ନିଜ ଟ୍ୱିଟ୍ଟର ଆକାଉଣ୍ଟରେ ଶେୟାର କରିବା ସହିତ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ୱାଶିଂଟନରେ ରହିଥିବା ଭାରତୀୟ ବଂଶୋଦ୍ଭବଙ୍କୁ ମୋର ଧନ୍ୟବାଦ ।

ବିଗତ ଦୁଇ ବର୍ଷ ମଧ୍ୟରେ ଏହା ମୋଦୀଙ୍କ ପ୍ରଥମ ଆମେରିକା ଗସ୍ତ । ଏହି ଗସ୍ତ ସମୟରେ ମୋଦୀ କ୍ୱାଡ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଗୁରୁବାର ଦିନ ୧୨.୩୦ ମିନିଟରେ ମୋଦୀ ଆମେରିକାର ଉପ ରାଷ୍ଟ୍ରପତି କମଲା ହ୍ୟାରିସଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । କମଲା ହ୍ୟାରିସଙ୍କୁ ଏଜିନଆୱର ଅଫିସରେ ଭେଟିବାର କାର୍ଯ୍ୟକ୍ରମ ରହିଛି । ଗୁରୁବାର ଦିନ ୧୧ଟାରେ ମୋଦୀ ୫ଟି କମ୍ପାନୀର ସିଇଓଙ୍କୁ ଭେଟିବେ । ନିଜ ହୋଟେଲ ରୁମରେ ମୋଦୀ ଆଡୋବ, କ୍ୱାଲକମ, ଫାଷ୍ଟ ସୋଲାର, ଜେନେରାଲ ଆଟୋମିକସ ଏବଂ ବ୍ଲାକ ଷ୍ଟୋନର ସିଇଓଙ୍କୁ ଭେଟିବେ ମୋଦୀ ।

Get real time updates directly on you device, subscribe now.