fbpx

ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ: ୩ ମୃତ, ୪ ଜଣ ଗୁରୁତର

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଭିଭି ପୁରମ୍‌ ଥାନା ଅନ୍ତର୍ଗତ ଥରାଗ୍‌ ଉପେଟ୍‌ ଅଞ୍ଚଳରେ ଥିବା ବାଣ ଗୋଦାମରେ ଗୁରୁବାର ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ବିସ୍ଫୋରଣର ମାତ୍ରା ଏତେ ତୀବ୍ର ଥିଲା ଯେ, ମୃତଦେହ ଗୁଡ଼ିକ ପ୍ରାୟ ୧୦୦ ମିଟର ପର୍ଯ୍ୟନ୍ତ ଉଡ଼ି ଯିବା ସହ ଆଖପାଖ ଅଞ୍ଚଳ ବି ଥରି ଉଠିଥିଲା । ଏହି ବିସ୍ଫୋରଣ ଘଟଣାରେ ପ୍ରାୟ ୨୨ଟି ମୋଟର ସାଇକେଲ୍‌, କେତେକ କାର୍‌ ଓ ଅଟୋ ରିକ୍ସା କ୍ଷତିଗ୍ରସ୍ତ ହୋଇଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତକୁ ଆଣିଛି । ମୃତକମାନେ ହେଲେ ମନୋହର (୨୯ ବର୍ଷ), ଅସଲାମ (୪୫ ବର୍ଷ) ଓ ଫାୟାଜ (୫୦ ବର୍ଷ) ।

ଗୋଦାମ ଭିତରେ ବ୍ୟାପକ ପରିମାଣରେ ବାଣ ମହଜୁଦ ଥିବାରୁ କୌଣସି କାରଣବଶତଃ ବିସ୍ଫୋରଣ ଘଟିଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଫୋରେନସିକ୍‌ ସାଇନ୍ସ ଲାବୋରେଟୋରୀ ଦଳ ମଧ୍ୟ ଘଟଣାସ୍ଥଳରେ ଅଛନ୍ତି ।

Get real time updates directly on you device, subscribe now.