fbpx

ପିପିଲି ଉପନିର୍ବାଚନ: ଦିନ ୧ଟା ସୁଦ୍ଧା ୪୫.୩୨% ମତଦାନ

ପିପିଲି(ଓଡ଼ିଶା ଭାସ୍କର): ପିପିଲି ଉପନିର୍ବାଚନ ମତଦାନ ଜାରି ରହିଛି । ଆଜି ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଦିନ ୧ଟା ସୁଦ୍ଧା ପିପିଲିରେ ୪୫.୩୨% ଭୋଟିଂ ହୋଇଛି । ଆଜି ପିପିଲି ପାଇଁ ନେତା ବାଛୁଛନ୍ତି ମତଦାତା ।

ତେବେ ବିଜେଡି ପ୍ରାର୍ଥୀ ତଥା ବିବଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ଓ ତାଙ୍କ ପରିବାର ସଦସ୍ୟ ଆଜି ଭୋଟ ଦେଇଛନ୍ତି । ରୁଦ୍ରଙ୍କ ସହିତ ବୁଥକୁ ତାଙ୍କ ମା’ ପ୍ରତିଭା ମହାରଥୀ, ସ୍ତ୍ରୀ ଜାଗୃତି, ଭଊଣୀ ପଲ୍ଲବୀ ଓ ଭିଣୋଇ ଅର୍ଦ୍ଧେନ୍ଦୁ ଆସିଥିଲେ । ଅନ୍ୟପଟେ ପିପିଲି ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ନିଜ ଭୋଟ୍ ଦେଇଛନ୍ତି । ୨୩୪ ନମ୍ବର ବୁଥର କମାକନ୍ତିଆ ସରକାରୀ ଉଚ୍ଚବିଦ୍ୟାଳୟର ସେ ଭୋଟ୍ ଦେଇଛନ୍ତି । ସମର୍ଥକଙ୍କ ସହ ମତଦାନ କେନ୍ଦ୍ରରେ ପହଞ୍ଚିଥିଲେ ଆଶ୍ରିତ ପଟ୍ଟନାୟକ ।

Get real time updates directly on you device, subscribe now.