fbpx

ରୋଷେଇ ଘରୁ ଏହିସବୁ ଜିନିଷକୁ ସରିବାକୁ ଦିଅନ୍ତୁ ନାହିଁ, ସୁଖ-ସମୃଦ୍ଧିରେ ହାନି ଘଟିପାରେ

ଓଡ଼ିଶା ଭାସ୍କର ବ୍ୟୁରୋ: ସମସ୍ତେ ଚାହାଁନ୍ତି ତାଙ୍କ ଉପରେ ମା’ ଲକ୍ଷ୍ମୀଙ୍କ କୃପା ରହିଥାଉ । ତେଣୁ ଘରେ ଅନେକ ପ୍ରକାରର ପୂଜା କରିଥାନ୍ତି । ଯାହାଫଳରେ ମା’ ଲକ୍ଷ୍ମୀଙ୍କ କୃପା ସେମାନଙ୍କୁ ମିଳିପାରିବ ହେଲେ ଅନେକ ସମୟରେ ଏମିତି ହୁଏ ଅନେକ ପୂଜା ପାଠ କରିବା ପରେ ଘରେ ଟଙ୍କା ପଇସାର ଅଭାବ ଲାଗି ରହିଥାଉ । ତେବେ ଘରକୁ ସୁଖ ଓ ସମୃଦ୍ଧି ଆସିବାର ସମ୍ବନ୍ଧ ରୋଷେଇ ଘର ସହିତ ଥାଏ । ତେଣୁ ଏହାକୁ ଅନ୍ନପୂର୍ଣ୍ଣାଙ୍କ ସ୍ଥାନ ବୋଲି କୁହାଯାଏ । ବାସ୍ତୁ ଶାସ୍ତ୍ର ଅନୁସାରେ, କିଛି ଜିନିଷ ସମ୍ପର୍କରେ କୁହାଯାଇଛି ଯାହା ରୋଷେଇ ଘରୁ ସରିବା ଉଚିତ୍ ନୁହେଁ । ଏହାକୁ ଅଶୁଭ ବୋଲି ଧରାଯାଏ ।

ତେବେ ସେ ଜିନିଷ ଗୁଡ଼ିକ ହେଉଛି ଅଟା, ଚାଉଳ, ହଳଦି, ଲୁଣ । ବାସ୍ତୁ ଶାସ୍ତ୍ର ଅନୁସାରେ ଏହିସବୁ ରୋଷେଇ ଘରୁ ସରିବା ପୂର୍ବରୁ ଆଣି ରଖିବା ଉଚିତ୍ । ଏହି ୪ଟି ଜିନିଷର ସମ୍ବନ୍ଧ ଘରର ସୁଖ ସମୃଦ୍ଧି ସହିତ ଯୋଡ଼ି ହୋଇ ରହିଥାଏ । ଏସବୁର ଅଭାବରେ ଘରେ ମାନ ସମ୍ମାନର ହାନି ହୋଇଥାଏ । ସେହିପରି ହଳଦି ରୋଷେଇ ଘରୁ ସରିବା ଦ୍ୱାରା ଗୁରୁ ଦୋଷ ଲାଗିଥାଏ । ଫଳରେ ସୁଖ ସମୃଦ୍ଧି କମି କମି ଆସେ । ଏହା ବ୍ୟତୀତ ଚାଉଳକୁ ଶୁକ୍ର ପଦାର୍ଥ ବୋଲି କୁହାଯାଏ ଓ ଶୁକ୍ରଙ୍କ ଭୌତିକ ସୁଖ ସୁବିଧାର କାରକ ବୋଲି ଧରାରଯାଇଥାଏ । ଚାଉଳ ସରିଯିବା ଦରିଦ୍ରତାର ସଂକେତ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଇଛି ।

Get real time updates directly on you device, subscribe now.