fbpx

ଆସୁଛି ପ୍ରଥମ କୋଭିଡ୍ ଟାବଲେଟ୍

ନୂଆଦିଲ୍ଲୀ: ସାରା ବିଶ୍ୱରେ କାୟା ମେଲାଇଥିବା କରୋନା ମହାମାରୀକୁ ନେଇ ସମସ୍ତେ ଚିନ୍ତିତ । ବର୍ତ୍ତମାନ ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଥିଲେ ମଧ୍ୟ ଟଳିନି ବିପଦ । କରୋନା ସଂକ୍ରମଣକୁ ରୋକିବା ପାଇଁ ଅନେକ ପଦକ୍ଷେପ ନିଆଯାଇଛି, ଏହା ସହ ସବୁ ଦେଶ ଟିକାକରଣକୁ ଗୁରୁତ୍ୱ ଦେଇଛନ୍ତି । ଏହାରି ମଧ୍ୟରେ ଆସିଛି ଆଉ ଏକ ଆଶ୍ୱସ୍ତିକର ଖବର । କରୋନା ବିରୋଧରେ ଲଢ଼େଇ ପାଇଁ ଖୁବଶୀଘ୍ର ଆସିବାକୁଯାଉଛି କରୋନା ଟାବଲେଟ ମାଲନୁ-ପିରାଭିର ।

ପ୍ରଥମ ଥର ପାଇଁ କରୋନା ଚିକିତ୍ସା ଲାଗି ଆସୁଛି ଟାବଲେଟ୍ । ମୋଲନୁ-ଫିରାଭିର ନାମରେ କୋଭିଡ ଟାବଲେଟ୍ ଆଣୁଛି ଆମେରିକୀୟ କମ୍ପାନୀ । ଏହାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମାଗିଛନ୍ତି ପ୍ରସ୍ତୁତକାରୀ ଫାର୍ମା କମ୍ପାନୀ ମର୍କ ଏବଂ ଏହାର ସହଯୋଗୀ କମ୍ପାନୀ । ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପରେ ଟାବଲେଟ୍ ବେଶ୍ ପ୍ରଭାବୀ ସାବସ୍ତ୍ୟ ହୋଇଛି । କୋଭିଡ ବିରୋଧରେ ବଟିକା ଫଳପ୍ରଦ ହୋଇଥିବା ପରୀକ୍ଷାରୁ ପ୍ରମାଣିତ ହେବା ପରେ ଅନୁମତି ମାଗିଛି କମ୍ପାନୀ । ବଟିକା ଦ୍ୱାରା ଗୁରୁତର ଓ ମୃତ୍ୟୁ ସଂଖ୍ୟା ୫୦% ହ୍ରାସ ହେବା ଦାବି କରାଯାଇଛି ।

Get real time updates directly on you device, subscribe now.