fbpx

Flipkart Big Billion Day: ପ୍ରଥମ ଥର ପାଇଁ ଏତେ ଶସ୍ତାରେ ମିଳୁଛି iphone-12

ନୂଆଦିଲ୍ଲୀ: ଫ୍ଲିପକାର୍ଟର ବିଗ୍ ବିଲିୟନ୍ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି । ଏଥିରେ ଇଲେକ୍ଟ୍ରୋନିକ୍ସ ଠାରୁ ଆରମ୍ଭ କରି ବିଭିନ୍ନ ଜିନିଷରେ ଡିସକାଉଣ୍ଟ୍ ଦିଆଯାଉଛି । ଏହି ସେଲ୍ ପ୍ଲସ୍ ମେମ୍ବର ମାନଙ୍କ ପାଇଁ ଆରମ୍ଭ ହୋଇଯାଇଛି । ତେବେ ଆଇଫୋନ୍-୧୨ ବମ୍ପର ଡିସକାଉଣ୍ଟ୍ ରେ ଦିଆଯାଉଛି । ଆଇଫୋନ୍ -୧୩ ନିକଟରେ ଲଞ୍ଚ ହୋଇଥିବା ବେଳେ ଆଇଫୋନ୍-୧୨ ଉପରେ ଖୁବ୍ ଶାନଦାର୍ ଡିସକାଉଣ୍ଟ୍ ଦିଆଯାଇଛି ।

ଆଇଫୋନ୍-୧୨ କୁ ଏପର୍ଯ୍ୟନ୍ତର ସବୁଠାରୁ କମ୍ ଦାମ୍ ରେ ଉପଲବ୍ଧ କରାଯାଇଛି । ଫୋନ୍ ସହିତ ବ୍ୟାଙ୍କ୍ ଡିସକାଉଣ୍ଟ ମଧ୍ୟ ଦିଆଯାଉଛି ଫ୍ଲିପକାର୍ଟରେ । ତେବେ ଆଇଫୋନ-୧୨(୬୪ଜିବି)କୁ ଫ୍ଲିପକାର୍ଟରେ ୪୯,୯୯୯ରେ ଲିଷ୍ଟ କରାଯାଇଥିବା ବେଳେ ଆଇଫୋନ-୧୨(୧୨୮ଜିବି) ଭାରିଆଣ୍ଟ ୫୩,୯୯୯ ଟଙ୍କାରେ ବିକ୍ରି ହେଉଛି । ଏହାର ଟପ୍ ଭାରିଆଣ୍ଟ୍ (୨୫୬ ଜିବି)କୁ ୬୩,୯୯୯ ଟଙ୍କାରେ ବିକ୍ରି କରାଯାଉଛି ।

ତେବେ ଆଇଫୋନ-୧୨ର ୬୪ଜିବିର ଓରିଜିନାଲ୍ ପ୍ରାଇସ୍ ୬୫,୯୦୦ ହୋଇଥିବା ବେଳେ ଏହା ଖୁବ୍ କମ୍ ଟଙ୍କାରେ ବିକ୍ରି କରାଯାଉଛି । ସେହିପରି ୧୨୮ ଜିବି ଭାରିଆଣ୍ଟ୍ ର ଓରିଜିନାଲ୍ ପ୍ରାଇସ୍ ୭୦,୯୦୦ ଥିବା ବେଳେ ୨୫୬ ଜିବି ଫୋନ୍ ର ଦାମ୍ ୮୦,୯୦୦ ଟଙ୍କା ରହିଛି । କିନ୍ତୁ ବିଗ୍ ବିଲିୟନ୍ ସେଲ୍ ରେ ଖୁବ୍ କମ୍ ଦାମ୍ ରେ ଏହା ଉପଲବ୍ଧ ହେଉଛି ।

Get real time updates directly on you device, subscribe now.