fbpx
BSKY SKY
BSKY SKY

ରାଷ୍ଟ୍ରବାଦ ଓ ଦେଶଭକ୍ତି ମଧ୍ୟରେ କଣ ରହିଛି ଫରକ ? ଏହାର ବାଖ୍ୟା କରି ବୁଝାଇଲେ ଶଶି ଥରୁର

BSKY

ନୂଆଦିଲ୍ଲୀ : ରାଷ୍ଟ୍ରବାଦ ଓ ଦେଶଭକ୍ତି ମଧ୍ୟରେ କଣ ଫରକ ରହିଛି ଏହାର ବ୍ୟାଖ୍ୟା କରିଛନ୍ତି କଂଗ୍ରେସ ନେତା ତଥା ତିରୁଅନନ୍ତପୁରମର ସାଂସଦ ଶଶି ଥରୁର । ସେ କହିଛନ୍ତି, ଗୋଟିଏ ପଟେ ଦେଶଭକ୍ତ ନିଜର ଜନ୍ମଭୂମୀ ପାଇଁ ମରିବାକୁ ପ୍ରସ୍ତୁତ ଥାଏ ଏବଂ ଅନ୍ୟପଟେ ରାଜ୍ୟ ବ୍ୟବସ୍ଥା ପାଇଁ ରାଷ୍ଟ୍ରବାଦୀ କାହାରିକୁ ମଧ୍ୟ ମାରିବାକୁ ପ୍ରସ୍ତୁତ ରହିଥାଏ । ସେ ଭାରତରେ ରାଷ୍ଟ୍ରବାଦ ହେବା ଉପରେ ଆଲୋକପାତ କରିଛନ୍ତି । ଏଥିସହ ଦେଶବାସୀଙ୍କୁ ଏମିତି ରାଷ୍ଟ୍ରବାଦୀଙ୍କ ସହ ଲଢେଇ କରିବାକୁ ଅପିଲ୍ କରିଛନ୍ତି ଯିଏ ମତଭେଦ, ବିବିଧତାକୁ ସ୍ୱୀକାର କରିଥାଏ ଏବଂ ବହୁଳତାକୁ ଆପଣାଇ ଥାଏ । ସମନ୍ୱିତ ରାଷ୍ଟ୍ରବାଦରୁ ହିଁ ଭାରତୀୟ, ଧର୍ମ, କ୍ଷେତ୍ର କିମ୍ବା ମାତୃଭାଷାକୁ ଦେଶଭକ୍ତର ସ୍ୱାଧୀନତା ମିଳିଥାଏ ।

ଥରୁର କହିଛନ୍ତି, ଦେଶଭକ୍ତିରେ ଜଣେ ବ୍ୟକ୍ତିଙ୍କ ଅସ୍ଥିତ୍ୱକୁ ଏହାର ଗର୍ବ ସହ ଯୋଡିବାର କ୍ଷମତା ରହିଥାଏ । ଏହା ଅନ୍ୟର ସଫଳତାକୁ ସ୍ୱୀକାର କରିଥାଏ ଏବଂ ଏଥିରେ ବିନାଶକାରୀ ସମର୍ପଣ ଭାବନା ରହିନଥାଏ । ରାଷ୍ଟ୍ରବାଦକୁ ନେଇ ଥରୁର କହିଛନ୍ତି, ଏହା ଆମକୁ କହିଥାଏ ଯେ, ସମସ୍ତଙ୍କୁ ଜଣାଅ ଯେ, ଆମେ ବାକି ଲୋକ, ସଂସ୍କୃତି ଏବଂ ଅନ୍ୟ ଦେଶଠୁ ଆଗରେ ଅଛୁ । କାରଣ ଆମର କୌଣସି ଦିବ୍ୟ ମୂଲ୍ୟ ରହିଛି କିମ୍ବା ଆମେ ପରଫେକ୍ଟ ହେବାର ଅଧିକାର ପ୍ରାପ୍ତ କରିଛନ୍ତି ।

ଥରୁର ବିଶେଷଜ୍ଞଙ୍କ ପକ୍ଷରୁ ଦିଆଯାଇଥିବା ରାଷ୍ଟ୍ରବାଦର ପାଞ୍ଚ ତତ୍ତ୍ୱ ଉପରେ ଉଲ୍ଲେଖ କରିଛନ୍ତି । ଏଥିରେ ରାଷ୍ଟ୍ରୀୟ ଏକତାର ଇଚ୍ଛା, କେବଳ ଦେଶ ସହ ନିଷ୍ଠା, ରାଷ୍ଟ୍ରୀୟ ବିଶିଷ୍ଠତାର ଆକାଂକ୍ଷା, ତଥା ରାଷ୍ଟ୍ର ସହ ସମ୍ମାନ ଓ ପ୍ରତିଷ୍ଠା ସାମିଲ । ଥରୁର ଶେଷ ତତ୍ତ୍ୱକୁ ସମସ୍ୟା ଦର୍ଶାଇଛନ୍ତି । ସେ ଲେଖିଛନ୍ତି, ସମ୍ମାନ ଓ ପ୍ରତିଷ୍ଠା ହାସଲ କରିବା ବ୍ୟକ୍ତିଙ୍କ ପ୍ରମୁଖ ଇଚ୍ଛା ପାଲଟି ଯାଏ । ବର୍ତ୍ତମାନର ରାଷ୍ଟ୍ରବାଦର ପରିଭାଷା ହେଉଛି, ଜଣେ ଅନ୍ୟ ଜଣଙ୍କ ଉପରେ ଥୋପ ପକାଉ । ଭାରତର ରାଷ୍ଟ୍ରବାଦ ଏହାର ରାଜନୈତିକଦ ବୈଧତା ଜାତୀୟତା, ଧର୍ମ, ଭାଷା, ସଂସ୍କୃତି ଆଦିରେ ନରହୁ ବରଂ ନାଗରିକଙ୍କ ସହମତି ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେମାନଙ୍କର ସକ୍ରିୟ ଭାଗିଦାରୀ ରହୁ ବୋଲି ଥରୁର କହିଛନ୍ତି ।

Get real time updates directly on you device, subscribe now.