fbpx

TMC କର୍ମୀଙ୍କ ବିଜୟ ଉତ୍ସବ ଆରମ୍ଭ: ଚତୁର୍ଥ ରାଉଣ୍ଡ ପରେ ୧୨ ହଜାର ଭୋଟରେ ଆଗୁଆ ମମତା

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ଭବାନୀପୁର ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ପରୀକ୍ଷା ହେବ । ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଏହି ଆସନରେ ମମତା ଓ ବିଜେପି ପ୍ରାର୍ଥୀ ପ୍ରିୟଙ୍କା ଟିବରୱେଲଙ୍କ ମଧ୍ୟରେ ଲଢ଼େଇ ହେଉଛି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି । ତେବେ ଚତୁର୍ଥ ରାଉଣ୍ଡ ଭୋଟ ଗଣତି ସମାପ୍ତି ହୋଇଛି । ମମତା ବର୍ତ୍ତମାନ ସୁଦ୍ଧା ୧୨ ହଜାର ଭୋଟରେ ଆଗୁଆ ରହିଥିବା ଜଣାପଡ଼ିଛି । ଭବାନୀପୁରରେ ମମତା ଆଗରେ ଥିବାରୁ ଟିଏମସି କର୍ମୀମାନେ ବିଜୟ ଉତ୍ସବ ପାଳନ ଆରମ୍ଭ କରିସାରିଲେଣି । ଭୋଟ ଗଣତି ଚାଲିଥିବା ବେଳେ ବର୍ତ୍ତମାନ ମମତାଙ୍କୁ ୧୬ ହଜାର ୩୯୭ଟି ଓ ପ୍ରିୟଙ୍କାଙ୍କୁ ୩ ହଜାର ୯୬୨ଟି ଭୋଟ ମିଳିଛି ।

ସୂଚନାଯୋଗ୍ୟ ଯେ, ଭବାନୀପୁର ବିଧାନସଭା ଆସନରେ ୫୭ ପ୍ରତିଶତ ଭୋଟିଂ ହୋଇଛି । ପୂର୍ବରୁ ନନ୍ଦୀଗ୍ରାମ ଆସନରୁ ଦିଦି ପରାସ୍ତ ହୋଇଥିବାରୁ ନିଜର ମୁଖ୍ୟମନ୍ତ୍ରୀ ଆସନ ବଞ୍ଚାଇବା ପାଇଁ ଏହି ସିଟରୁ ଜିତିବା ଦିଦିଙ୍କ ପାଇଁ ବେଶ୍ ଗୁରୁତ୍ୱ ବହନ କରୁଛି । ତେଣୁ ଉଭୟ ଟିଏମସି ଓ ବିଜେପି ଆଜିର ଫଳାଫଳକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି ।

Get real time updates directly on you device, subscribe now.