fbpx
BSKY SKY
BSKY SKY

ବିଜୁଳି ସଙ୍କଟ : ୭୨ ଥର୍ମାଲ ପ୍ଲାଣ୍ଟ ପାଖରେ ରହିଛି ମାତ୍ର ୩ ଦିନର କୋଇଲା, ଦେଶରେ ହୋଇପାରେ ଚୀନ ପରି ଅବସ୍ଥା

BSKY

ନୂଆଦିଲ୍ଲୀ : ଦେଶରେ ମଧ୍ୟ ଚୀନ ପରି ବିଜୁଳି ସଙ୍କଟ ଉତ୍ପନ ହେବାର ଆଶଙ୍କା ରହିଛି । ବିଶେଷଜ୍ଞ କେନ୍ଦ୍ରୀୟ ଉର୍ଜା ଏବଂ ଅନ୍ୟ ଏଜେନ୍ସିଙ୍କ ତରଫରୁ ଜାରି କୋଇଲା ଉପଲବ୍ଧତାର ତଥ୍ୟ ଆକଳନ କରି ଏହି ଚେତାବନୀ ଦେଇଛନ୍ତି । ମନ୍ତ୍ରଣାଳୟ ଅନ୍ୟୁାୟୀ, ଦେଶର ୧୩୫ ଥର୍ମାଲ ପାୱାର ପ୍ଲାଣ୍ଟ ମଧ୍ୟରୁ ୭୨ ପ୍ଲାଣ୍ଟ ପାଖରେ ବିଜୁଳି ଉତ୍ପାଦନ ପାଇଁ ମାତ୍ର ତିନି ଦିନ କୋଇଲା ଗଚ୍ଛିତ ରହିଛି ।

ପ୍ଲାଣ୍ଟ ମୋଟ୍ ଖର୍ଚ୍ଚର ୬୬.୩୫ ପ୍ରତିଶତ ବିଜୁଳି ଉତ୍ପାଦନ କରିଥାନ୍ତି । ଏହି ଦୃଷ୍ଟିରୁ ୭୨ ପ୍ଲାଣ୍ଟ ବନ୍ଦ ହେଲେ ମୋଟ୍ ଖର୍ଚ୍ଚରେ ୩୩ ପ୍ରତିଶତ ବିଜୁଳି ସେବା ହ୍ରାସ ପାଇବ । ସରକାରଙ୍କ ଅନୁସାରେ, କରୋନା ପୂର୍ବରୁ ୨୦୧୯ ଅଗଷ୍ଟ-ସେପ୍ଟେମ୍ବରରେ ଦେଶରେ ପ୍ରତି ଦିନ ୧୦,୬୬୦ କୋଟି ୟୁନିଟ୍ ବିଜୁଳି ଖର୍ଚ୍ଚ ହେଉଥିଲା, ଯାହା ୨୦୨୧ ଅଗଷ୍ଟ-ସେପ୍ଟେମ୍ବରରେ ବଢି ଏହା ୧୨,୪୨୦ କୋଟି ୟୁନିଟରେ ପହଞ୍ଚି ସାରିଛି ।

ଏହି ସମୟରେ ଥର୍ମାଲ ପାୱାର ପ୍ଲାଣ୍ଟରେ ମୋଟ୍ ଖର୍ଚ୍ଚର ୬୧.୯୧ ପ୍ରତିଶତ ବିଜୁଳି ଉତ୍ପାଦନ ହେଉଥିଲା । ଏହି କାରଣରୁ ଦୁଇ ବର୍ଷରେ ଏହି ପ୍ଲାଣ୍ଟରେ କୋଇଲାର ଆବଶ୍ୟକତା ୧୮ ପ୍ରତିଶତ ବଢି ସାରିଛି । ବାକି ୫୦ ପ୍ଲାଣ୍ଟ ମଧ୍ୟରୁ ଚାରୋଟି ପ୍ଲାଣ୍ଟ ପାଖରେ ମାତ୍ର ୧୦ ଦିନ ଏବଂ ୧୩ ପ୍ଲାଣ୍ଟ ନିକଟରେ ୧୦ ଦିନରୁ କିଛି ଅଧିକ କୋଇଲା ଗଚ୍ଛିତ ରହିଛି ।

ତିନି ଗୁଣ ମହଙ୍ଗା ହେଲା କୋଇଲା ଖର୍ଚ୍ଚ

ଦୁଇ ବର୍ଷରେ ଇଣ୍ଡୋନେସିଆରୁ ଆମଦାନୀ ହେଉଥିବା କୋଇଲାର ମୂଲ୍ୟ ଟନ ପିଛା ୬୦ ଡଲାରରୁ ତିନି ଗୁଣ ବଢି ୨୦୦ ଡଲାର ପର୍ଯ୍ୟନ୍ତ ପହଞ୍ଚି ସାରିଛି । ଏହି କାରଣରୁ ୨୦୧୯-୨୦ରେ କୋଇଲା ଆମଦାନୀ ହ୍ରାସ ପାଇଛି । ମାତ୍ର ସେହି ସମୟରେ ଘରୋଇ ଉତ୍ପାଦନ ଏହି ଅଭାବକୁ ପୂରା କରି ଦେଉଥିଲା ।

କେନ୍ଦ୍ର ସରକାର ଗଠନ କଲେ ମନିଟରିଂ କମିଟି

ଗଚ୍ଛିତ କୋଇଲାର ସପ୍ତାହକୁ ଦୁଇ ଥର ସମୀକ୍ଷା ପାଇଁ କେନ୍ଦ୍ର ସରକାର କୋଇଲା ମନ୍ତ୍ରଣାଳୟ ନେତୃତ୍ୱରେ ଏକ କମିଟି ଗଠନ କରିଛି । ଏଥିରେ ସଦସ୍ୟ ଭାବେ ଅଛନ୍ତି କେନ୍ଦ୍ରୀୟ ବିଜୁଳି ପ୍ରାଧୀକରଣ, କୋଲ ଇଣ୍ଡିଆ ଲିମିଟେଡ, ପାୱାର ସିଷ୍ଟମ ଅପରେସନ କର୍ପୋରେସନ, ରେଲୱେ ଓ ଉର୍ଜା ମନ୍ତ୍ରଣାଳୟ ମଧ୍ୟ ରହିଛନ୍ତି । ଏହି କମିଟି କୋଇଲାର ଆମଦାନୀ, ରପ୍ତାନୀ ଏବଂ ଉପଯୋଗ ଉପରେ ନଜର ରଖୁଛି ।

ଏଥିପାଇଁ ବିଗିଡିଲା ଅବସ୍ଥା

ଅର୍ଥ ବ୍ୟବସ୍ଥା ସୁଧୁରିଲା- ଏହି କାରଣରୁ ଦେଶରେ ବିଜୁଳି ଚାହିଦା ଦ୍ରୁତ ଗତିରେ ବଢିଲା ।
କୋଇଲା ଖଣିରେ ଭୀଷଣ ବର୍ଷା- ସେପ୍ଟେମ୍ବରରେ ପ୍ରବଳ ବର୍ଷା କାରଣରୁ ଉତ୍ପାଦନ ଏବଂ ଯୋଗାଣ ପ୍ରଭାବିତ ହୋଇଛି ।
ମୂଲ୍ୟ ବୃଦ୍ଧି- କୋଇଲା ମହଙ୍ଗା ହେବାରୁ ଏହାର କ୍ରୟ ପରିମାଣ ହ୍ରାସ ଘଟିଛି ।
ମୌସୁମୀ ପୂର୍ବରୁ ଷ୍ଟକ ନରହିବା- ସରକାରଙ୍କ ଅନୁଯାୟୀ, କମ୍ପାନୀଗୁଡିକୁ ପ୍ରଥମରୁ ଉଠାଇବାର ଥିଲା ।
ରାଜ୍ୟ ଉପରେ ରହିଛି ଅଧିକ ବକେୟା- ୟୁପି, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡୁ, ମଧ୍ୟ ପ୍ରଦେଶ ଉପରେ କମ୍ପାନୀର ବହୁତ ବକେୟା ରହିଛି ।

ଅଗଷ୍ଟ ମାସରେ ମିଳିସାରିଥିଲା ଏହାର ସଙ୍କେତ

କୋଇଲା ସଙ୍କଟର ଆକଳନ ଦୁଇ ମାସ ପୂର୍ବରୁ ସେହି ସମୟରେ ହୋଇଥିଲା ଯେତେବେଳେ ଅଗଷ୍ଟ ୧ରେ ମାତ୍ର ୧୩ ଦିନର କୋଇଲା ଗଚ୍ଛିତ ଥିଲା । ସେହି ସମୟରେ ଥର୍ମାଲ ପ୍ଲାଣ୍ଟ ପ୍ରଭାବିତ ହୋଇଥିଲା । ଫଳରେ ଅଗଷ୍ଟ ଶେଷ ସପ୍ତାହରେ ବିଜୁଳି ଉତ୍ପାଦନ ୧୩ ହଜାର ମେଗାୱାଟ ହ୍ରାସ ଘଟିଥିଲା । ସିଏମଟିର ହସ୍ତକ୍ଷେପ ପରେ ସେହି ସମୟରେ ଅବସ୍ଥାରେ ସୁଧାର ଆସିଥିଲା, କିନ୍ତୁ ବର୍ତ୍ତମାନ ମଧ୍ୟ ୬୯୬୦ ମେଗାୱାଟ କମ ବିଜୁଳି ହ୍ରାସ ପାଇଛି । କରୋନାର ଦ୍ୱିତୀୟ ଲହର କମ ହେବା ପରେ ଶିଳ୍ପ ଏବଂ ଉଦ୍ୟୋଗ ଗତିବିଧି ବଢି ଯିବାରୁ ବିଜୁଳି ଶକ୍ତିର ଚାହିଦା ଅଚାନକ ବୃଦ୍ଧି ଘଟିଥିଲା ।

 

Get real time updates directly on you device, subscribe now.