fbpx

ରୋଗିଣା ଝିଅର ଚିକିତ୍ସା ପାଇଁ ନିଜ ପୁଅକୁ ବିକ୍ରି କଲେ ଆଫଗାନୀ ମହିଳା, ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

କାବୁଲ: ତାଲିବାନୀଙ୍କ ଶାସନରେ ଆଫଗାନୀ ମାନଙ୍କ ଅବସ୍ଥା ବର୍ତ୍ତମାନ ଖୁବ୍ ଖରାପ ରହିଛି । ଦେଶରେ ଏବେ ଆର୍ଥକ ସଙ୍କଟ ଦେଖା ଦେଇଛି । ଫଳରେ ସେଠାରେ ଚିକିତ୍ସା ତ ଦୂରର କଥା ଠିକ୍ ଭାବରେ ଲୋକ ଖାଇବାକୁ ପାଉନାହାନ୍ତି । ଯେଉଁଥିପାଇଁ ନିଜ ନିଜ ଘରର ଆସବାବପତ୍ର ଆଣି ବିକ୍ରି କରୁଛନ୍ତି । ଏଠାକାର ବଜାରରେ ଲୋକ ମାନେ ଘରର ଜିନିଷ ବିକ୍ରି କରିବା ପାଇଁ ଆସି ଭିଡ଼ ଲଗାଉଛନ୍ତି । ଇତି ମଧ୍ୟରେ ଆଫଗାନିସ୍ତାନର ବଗଲାନ୍ ଅଞ୍ଚଳରେ ବିସ୍ଥାପିତ ହୋଇଥିବା ଜଣେ ଗରିବ ମହିଳା ନିଜର ୧୩ ବର୍ଷର ପୁଅକୁ ବିକ୍ରି କରିଛି । ଏହାର କାରଣ ହେଉଛି ଝିଅର ଚିକିତ୍ସା ।

ସୂଚନା ମୁତାବକ, ମହିଳା ଜଣକ ନିଜର ରୋଗିଣା ଝିଅର ଚିକିତ୍ସା କରିବା ପାଇଁ ୧୩ ବର୍ଷର ପୁଅକୁ ବିକ୍ରି କରିବାକୁ ବାଧ୍ୟ ହୋଇଛନ୍ତି । ପୁଅକୁ ସେ ୩୩୫ ଡଲାର୍ ଅର୍ଥାତ୍ ୨୫ ହଜାର ଟଙ୍କାରେ ବିକ୍ରି କରିଛନ୍ତି । ତାଲିବାନୀ ମାନେ ଦେଶ ଉପରେ କବଜା କରିବା ପରେ ସେଠାକାର ସ୍ଥିତି ଏବେ ଖୁବ୍ ଶୋଚନୀୟ ରହିଛି । କାବୁଲରେ ଏକ ତମ୍ବୁରେ ରହୁଥିବା ଲେଲୁମା କହିଛନ୍ତି ଯେ, ତାଙ୍କୁ ତାଙ୍କ ପୁଅକୁ ବିକ୍ରି କରିବାକୁ ପଡ଼ିଲା, କାରଣ ତାଙ୍କ ପାଖରେ କୌଣସି ଦ୍ୱିତୀୟ ବିକଳ୍ପ ନଥିଲା ।

ମହିଳାଙ୍କ କହିବାନୁସାରେ, ତାଙ୍କ ସ୍ୱାମୀ ଗତ କିଛି ବର୍ଷ ହେଲା ନିଖୋଜ ଅଛନ୍ତି । ଏହା ଭିତରେ ଅନେକ ଆଫଗାନୀ ପରିବାର ବିସ୍ଥାପିତ ହୋଇଛନ୍ତି । ଦେଶରେ ଯୁଦ୍ଧ ବିରତି ପରେ କାବୁଲରେ ଏପରି ବିସ୍ଥାପିତ ପରିବାରଙ୍କ ସଂଖ୍ୟା ଖୁବ୍ ବୃଦ୍ଧି ପାଇଛି । ବର୍ତ୍ତମାନ ସେମାନଙ୍କୁ ଅନେକ ଚ୍ୟାଲେଞ୍ଜର ସାମନା କରିବାକୁ ପଡ଼ୁଛି । ଏବେ ତମ୍ବୁ ଟାଣି ଆଶ୍ରୟ ନେଇଥିବା ମହିଳାଙ୍କ କହିବାନୁଯାୟୀ, ଥଣ୍ଡା ଦନି ପାଖେଇ ଆସୁଛି । ତେଣୁ ପିଲା ମାନଙ୍କୁ ଧରି ଟେଣ୍ଟରେ ରହିବା ଅସମ୍ଭବ । କାରଣ ସେମାନେ ରୋଗରେ ପଡ଼ିପାରନ୍ତି । ଅନ୍ୟପଟେ ବିସ୍ଥାପିତ ପରିବାରକୁ ତାଲିବାନିଙ୍କ ଠାରୁ କୌଣସି ପ୍ରକାରର ସହାୟତା ମିଳୁନାହିଁ ।

Get real time updates directly on you device, subscribe now.