fbpx

ଆର୍ଯ୍ୟନଙ୍କୁ ଦେଖା କରିବା ପାଇଁ ଏନସିବି ଅଫିସରେ ପହଞ୍ଚିଲେ ଶାହରୁଖ! ଭିଡିଓ ଭାଇରାଲ୍

ମୁମ୍ବାଇ: କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଫସିଥିବା ଶାହରୁଖ ଖାନ୍ ଙ୍କ ପୁଅ ଆର୍ଯ୍ୟନଙ୍କ କୋର୍ଟରେ ଜାମିନ୍ ନେଇ ଶୁଣାଣି ଆରମ୍ଭ ହୋଇଯାଇଛି । ଆଜି ୧୨ଟା ୩୦ ରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଜାରି ରହିଛି । ତେବେ ଏହା ଭିତରେ ପୁଅ ଆର୍ଯ୍ୟନଙ୍କୁ ଦେଖା କରିବା ପାଇଁ ବାପା ଶାହରୁଖ ଏନସିବି ଅଫିସ୍ ରେ ପହଞ୍ଚିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି ।

ଗତ ୭ ଦିନ ହେଲା ଡ୍ରଗ୍ସ ମାମଲାରେ ଆର୍ଯ୍ୟନଙ୍କ ସମେତ ୮ ଜଣ ଅଭିଯୁକ୍ତଙ୍କୁ ଏନସିବି ପଚରାଉଚରା ଜାରି ରଖିଛି । ତେବେ ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଜଣେ କଳା ରଙ୍ଗର ଆଉଟଫିଟ୍ ପିନ୍ଧିଥିବା ବ୍ୟକ୍ତି ଆର୍ଯ୍ୟନଙ୍କୁ ଭେଟି ଆଲିଙ୍ଗନ୍ କରୁଛି । ତେବେ ଏହି ଭାଇରାଲ୍ ଭିଡିଓଟି ଫେକ୍ ବୋଲି କୁହାଯାଉଛି । କାରଣ କୋର୍ଟର ବିନା ଅନୁମତିରେ ପରିବାର ଲୋକଙ୍କ ସହିତ ଅଭିଯୁକ୍ତ ଭେଟି ପାରିବେ ନାହିଁ । ତାହା ପୁଣି ବ୍ୟକ୍ତିଗତ ସ୍ଥାନରେ ଏବଂ ବିନା କୌଣସି ସିକ୍ୟୁରିଟିରେ ।

ଅନ୍ୟପଟେ ପରିବାର ଲୋକଙ୍କୁ ଭେଟିବା କଥା ଯଦି କହିବା ତେବେ ଆର୍ଯ୍ୟନ ଖାନଙ୍କ ଓକିଲ ସତୀଶ ମାନସିନ୍ଦେ ପରିବାର ଲୋକଙ୍କ ସହିତ ଭେଟିବାକୁ ଅନୁମତି ମାଗିଥିଲେ । ଆଉ ସେଥିରେ ଶାହରୁଖ ଖାନଙ୍କ ମ୍ୟାନେଜର୍ ଙ୍କ ନାମ ରହିଛି । କେବଳ ସେ ହିଁ ଆର୍ଯ୍ୟନଙ୍କୁ ଭେଟିପାରିବେ ।

Get real time updates directly on you device, subscribe now.