fbpx
BSKY SKY
BSKY SKY

ସମ୍ବଲପୁର ପୋଲିସ ପଞ୍ଝାରେ ଦୁର୍ଦ୍ଦାନ୍ତ ଅପରାଧୀ ଟିମା

BSKY

ସମ୍ବଲପୁର(ଓଡ଼ିଶା ଭାସ୍କର): କୁଖ୍ୟାତ ଅପରାଧୀ ଧନେଶ୍ୱର ଝାଙ୍କର ଓରଫ୍ ଟିମା ଗିରଫ । ସଦର ଥାନା ଅଞ୍ଚଳରୁ ୩ ସହଯୋଗୀଙ୍କ ସହିତ ଟିମା ଧରାପଡିଛି । ଧନେଶ୍ୱର ଓରଫ ଟିମା ଗିରଫ ନେଇ ସମ୍ବଲପୁର ଏସପି ସୂଚନା ଦେଇଛନ୍ତି । ତେବେ ୨୦୧୮ରେ ପୋଲିସ ହେପାଜତରୁ ଟିମା ଚମ୍ପଟ ମାରିଥିଲା । ଟିମାକୁ କେନ୍ଦୁଝର ପୋଲିସ ରିମାଣ୍ଡରେ ନେବାବେଳେ ସେ ଚମ୍ପଟ ମାରିଥିଲା । ଟିମା ନାଁରେ ବିଭିନ୍ନ ଥାନାରେ ୪୧ଟି ମାମଲା ରହିଛି । ଟିମାଠାରୁ ୧୦ଟି ମୋବାଇଲ ଫୋନ ଜବତ ହେବା ସହ ଲାପଟପ୍ ଓ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ ।

Get real time updates directly on you device, subscribe now.