fbpx

ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ଡିଏଫଓଙ୍କୁ କ୍ଲିନଚିଟ୍, ବିଦ୍ୟାଭାରତୀଙ୍କ ନାମରେ ଲାଗିଲା ଦଫା

ଭୁବନେଶ୍ୱର: ଏସିଏଫ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସାମ୍ବାଦିକ ସମ୍ମିଳନୀ । ସୌମ୍ୟଙ୍କ ମୃତ୍ୟୁକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି କହିଛନ୍ତି ଏଡିଜି ।  ସୌମ୍ୟଙ୍କ ବାସଭବନରେ ହିଁ ଘଟଣା ଘଟିଛି , ତଥ୍ୟ ପ୍ରମାଣ ଆଧାରରେ ଘଟଣାକୁ ଦୁର୍ଘଟଣା ମୃତ୍ୟୁ କୁହାଯାଇପାରିବ, ବିଦ୍ୟା ଓ ସୌମ୍ୟଙ୍କ ବୈବାହିକ ସମ୍ପର୍କ ଭଲ ନଥିଲା ବୋଲି କହିଛନ୍ତି ଏଡିଜି । ତେବେ ସୌମ୍ୟଙ୍କ ନିଆଁ ଲିଭାଇବାକୁ ଯଥାପୂର୍ବକ ଚେଷ୍ଟା କରିନଥିଲେ ବିଦ୍ୟାଭାରତୀ , ଅବହେଳା କରିଥିଲେ ବିଦ୍ୟାଭାରତୀ । ବିଦ୍ୟାଭାରତୀଙ୍କ ନାମରେ ଅଇପିସି ଧାରା ୨୮୫ ଏବଂ ୩୦୪-ଏ ଦଫାରେ ଚାର୍ଜ ସିଟ୍ ଦାଖଲ କରାଯାଇଛି । ଆଇନ ଅନୁସାରେ ବିଦ୍ୟାଭାରତୀଙ୍କୁ ସିଆରପିସି ନୋଟିସ ଦିଆଯିବ ।

ତେବେ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ଡିଏଫଓଙ୍କୁ ମିଳିଲା କ୍ଲିନଚିଟ୍ । ଘଟଣାର ଡିଏଫଓଙ୍କ ସହ କୌଣସି ସମ୍ପର୍କ ନଥିବା କହିଛନ୍ତି ଏଡିଜି । ଡିଏଫଓଙ୍କ ସହ ବିଦ୍ୟାଙ୍କ ସମ୍ପର୍କର କୌଣସି ପ୍ରମାଣ ମିଳିନଥିବା କହିଛନ୍ତି ଏଡିଜି । ଡିଏଫଓଙ୍କ ଫୋନ ରେକର୍ଡ ଯାଞ୍ଚ ହୋଇଥିଲା ଏବଂ ତାଙ୍କର ଲାଇ ଡିଟେକ୍ସନ ମଧ୍ୟ ହୋଇଥିଲା । ସମସ୍ତ ରିପୋର୍ଟ ଆଧାରରେ କ୍ଲିନଚିଟ୍ ଦିଆଯାଇଥିବା ନେଇ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ଦେଇଛନ୍ତି । ରୋଷେୟା ମନ୍ମଥ କୁମ୍ଭଙ୍କର ମଧ୍ୟ ଘଟଣାରେ କୌଣସି ଭୂମିକା ନଥିବା କହିଛନ୍ତି ଏଡିଜି ।

Get real time updates directly on you device, subscribe now.