fbpx

ପତ୍ନୀକୁ ୩୦୦ଖଣ୍ଡ କରିବା ଘଟଣା, ସ୍ୱାମୀକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର, ୨୫ା୨(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସ୍ଥିତ ନୟାପଲ୍ଲୀରେ ପ୍ରାୟତଃ ୭ବର୍ଷ ତଳେ ଏକ ଅଭାବନୀୟ ଘଟଣା ଘଟିଥିଲା । ସେଠାରେ ସୋମନାଥ ପରିଡ଼ା ନାମକ ଜଣେ ବ୍ୟକ୍ତି ତାଙ୍କ ପତ୍ନୀଙ୍କୁ ମାରି ୩୦୦ ଖଣ୍ଡ କରି ଦେଇଥିଲେ । ଏହି ମାମଲାରେ ଆଜି ଅଭିଯୁକ୍ତ ସ୍ୱାମୀ ସୋମନାଥ ପରିଡ଼ାଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି । ଆଜୀବନ ଜେଲ ଦଣ୍ଡ ଶୁଣାଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଜଜ୍ । ସୂଚନାଯୋଗ୍ୟ ଯେ ୨୦୧୩ ଜୁନରେ ସ୍ତ୍ରୀ ଉଷସୀ ପରିଡ଼ାଙ୍କୁ ୩୦୦ଖଣ୍ଡ କରି କାଟିଥିଲେ ସୋମନାଥ । ତାଙ୍କ ସ୍ତ୍ରୀଙ୍କ ଦେହାବଶେଷକୁ ଟିଫିନରେ ରଖିଥିଲେ ଅବସରପ୍ରାପ୍ତ ସେନା ଡାକ୍ତର ସୋମନାଥ ।

ଆଜୀବନ କାରାଦଣ୍ଡାଦେଶ ପରେ ସେମାନାଥ ପ୍ରତିକ୍ରିୟା ରଖିବା ସହ କୋର୍ଟ ରୁମରେ କାନ୍ଦି ପକାଇଛନ୍ତି । ଏହାସହ ସେ କହିଛନ୍ତି ଯେ ମୁଁ ଏକ ସରଳ ବ୍ୟକ୍ତି ଓ ନିର୍ଦ୍ଦୋଷ । ଜୀବନକାଳ ମଧ୍ୟରେ କୌଣସି ଦୁର୍ନୀତି କରିନାହିଁ ବୋଲି ସେ କହିଛନ୍ତି । ଶେଷକୁ ସେ ଜଣେ ପୂର୍ବତନ ଫୌଜି ତେଣୁ ତାଙ୍କୁ ନିର୍ଦ୍ଦୋଷରେ ଖଲାସ କରିବା ପାଇଁ କହିଛନ୍ତି ।

Get real time updates directly on you device, subscribe now.