fbpx

ସିଲ୍ ହେଲା ରେଷ୍ଟୁରାଣ୍ଟ

ଭୁବନେଶ୍ୱର: ନିକୋ ପାର୍କ ନିକଟସ୍ଥ ନାଇନଥ୍ ଷ୍ଟ୍ରିଟ ରେଷ୍ଟୁରାଣ୍ଟ ହଲ୍ କୁ ସିଲ୍ କଲା ବିଏମସି । ନବରାତ୍ରରେ ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ଅଭିଯୋଗରେ ସିଲ୍ କରିଛି ବିଏମସି । ଦାଣ୍ଡିଆ କାର୍ଯ୍ୟକ୍ରମରେ ଭାଗ ନେବାକୁ ସୋସିଆଲ ମିଡିଆରେ ଆଗୁଆ ଟିକଟ ବୁକିଂ ପାଇଁ ବିଜ୍ଞାପନ ଦେଇଥିଲା । ଅକ୍ଟୋବର ୧୩ ଏବଂ ୧୪ରେ ଦାଣ୍ଡିଆ ନାଇଟ ପାଇଁ ଆଗୁଆ ଟିକଟ ବୁକିଂ କରିଥିଲା ରେଷ୍ଟୁରାଣ୍ଟ ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ପାର୍ବଣରେ କରୋନା ସଂକ୍ରମଣକୁ ରୋକିବା ନେଇ ସତର୍କତାମୂଳକ ପଦକ୍ଷେପ ନେଇଛନ୍ତି । ସଂକ୍ରମଣ ଯେପରି ନବ୍ୟାପେ ସେଥିପାଇଁ ନାଇଟ କର୍ଫ୍ୟୁ ମଧ୍ୟ ଲଗାଯାଇଛି । ବିଶେଷ କରି କଟକ ଏବଂ ଭୁବନେଶ୍ୱରରେ ନାଇଟ କର୍ଫ୍ୟୁକୁ କଡ଼ାକଡ଼ି କରାଯାଇଛି ।

Get real time updates directly on you device, subscribe now.