fbpx

ଇଡି ଅଫିସରେ ବଲିଉଡ ଅଭିନେତ୍ରୀ ନୋରା ଫତେହି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ମନି ଲଣ୍ଡ୍ରିଂ ମାମଲାରେ ଜଡ଼ିତ ଏକ ମାମଲାର ତଦନ୍ତ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି । ଏହି ମାମଲାରେ ବଲିଉଡ ଅଭିନେତ୍ରୀ ନୋରା ଫତେହିଙ୍କ ଦିଲ୍ଲୀ ସ୍ଥିତ ଇଡି ଅଫିସକୁ ପହଞ୍ଚିଛନ୍ତି, ଯେଉଁଠାରେ ତାଙ୍କୁ ଜେରା ଚାଲିଛି । ତେବେ ୨୦୦ କୋଟି ଟଙ୍କାର ମନି ଲଣ୍ଡ୍ରିଂ ମାମଲାରେ ପଚରାଉଚରା ପାଇଁ ନୋରାଙ୍କୁ ଡକାଯାଇଥିଲା । ଏହି ମାମଲାରେ ଅଭିନେତ୍ରୀ ଜାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ମଧ୍ୟ ଇଡ଼ି ପକ୍ଷରୁ ସମନ ପଠାଯାଇଛି । ଆସନ୍ତାକାଲି ଜାକଲିନ୍ ଇଡିରେ ହାଜର ହେବାର ସୂଚନା ରହିଛି ।

ଦିଲ୍ଲୀ ତିହାର ଜେଲରେ ବନ୍ଦୀ ଥିବା ମହା ନଟବରଲାଲ ମୁକେଶ ଚନ୍ଦ୍ରଶେଖର ଦ୍ୱାରା ୨୦୦ କୋଟି ଟଙ୍କାର ଠକେଇ ମାମଲାରେ ନୋରା ଫତେହିଙ୍କୁ ସମନ ପଠାଇଥିଲା ଇଡି । କୁହାଯାଉଛି ଯେ, ମୁକେଶ ଯେପରି ଅନ୍ୟ ଲୋକମାନଙ୍କୁ ନିଜ ଜାଲରେ ଫସାଇଥିଲା, ସେପରି ଭାବେ ସେ ନୋରାଙ୍କୁ ଫସାଇବାର ଜାଲ ବିଛାଇଥିଲା । ତିହାର ଜେଲ ଭିତରେ ଥାଇ ୨୦୦ କୋଟି ଟଙ୍କା ଚାନ୍ଦା ଆଦାୟ କରିବା ମାମଲାରେ ମୁକେଶ ଚନ୍ଦ୍ରଶେଖର ଓ ତାଙ୍କର କଥିତ ପତ୍ନୀ ଅଭିନେତ୍ରୀ ଲୀନା ପାଲ ଜେଲରେ ଅଛନ୍ତି । ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଅଭିଯୁକ୍ତ ମୁକେଶ ଚନ୍ଦ୍ରଶେଖର ଜେଲ ଭିତରୁ ଜ୍ୟାକଲିନଙ୍କୁ ଯୋଗାଯୋଗ କରୁଥିଲା । ଯାହାକୁ ନେଇ ଇଡି ଅନୁମାନ କରୁଛି କି ଏହି ଅର୍ଥ ଆଦାୟ ଓ ଏହାର କାରବାର ସହିତ ଜ୍ୟାକଲିନଙ୍କର ସଂପର୍କ ରହିଛି ।

ତେବେ ନୋରା ବଲିଉଡରେ ଜଣେ ଅଲରାଉଣ୍ଡର, ସେ ଅନେକ ଆଇଟମ ଗୀତରେ ନୃତ୍ୟ କରିବା ସହ ଅନେକ ରିଅଲିଟି ସୋରେ ନଜରକୁ ଆସିଛନ୍ତି । ଏହାସହ ସେ ଷ୍ଟ୍ରିଟ୍ ଡେନ୍ସର, ବାଟଲା ହାଉସ, ୩ଡି ଭଳି ସିନେମାରେ ବି ଅଭିନୟ କରିସାରିଛନ୍ତି ।

Get real time updates directly on you device, subscribe now.