fbpx

କଂଗ୍ରେସରୁ ଇସ୍ତଫା ଦେଲେ ନବୀନ ନନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ । ପୂର୍ବତନଚ ବିଧାୟକ ତଥା ଢ଼େଙ୍କାନାଳର ବରିଷ୍ଠ ନେତା ହେଉଛନ୍ତି ନବୀନ ନନ୍ଦ । ଇସ୍ତଫା ନେଇ ଫେସବୁକ୍ ଓ ଟ୍ୱିଟରରେ ସୂଚନା ଦେଇଛନ୍ତି ନବୀନ ନନ୍ଦ ।

ନବୀନ ଲେଖିଛନ୍ତି ଯେ, ସେ ତାଙ୍କ ନିଜ ଇଚ୍ଛାରେ “ଭାରତୀୟ ଜାତୀୟ କଂଗ୍ରେସ “ଦଳ ର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମେଲ ଯୋଗେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନିକଟକୁ ପଠାଇଛନ୍ତି । କଂଗ୍ରେସର ରାଜ୍ୟ ନେତୃତ୍ୱ ତାଙ୍କ ଉପରେ ଆସ୍ଥା ପ୍ରକଟ କରି ଢେ଼ଙ୍କାନାଳ ବିଧାନ ସଭା ଆସନ ପାଇଁ ୨୦୧୯ ରେ ମନୋନୀତ କରି ଥିବାରୁ ସେ ବ୍ୟକ୍ତିଗତ ଭାବେ ସଭାପତିଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।

ତେବେ ୨୦୦୯ରେ ନବୀନ ନନ୍ଦ ଏନସିପି ଟିକେଟ୍‌ରେ ଢେଙ୍କାନାଳ ବିଧାନସଭା ଆସନରୁ ବିଧାୟକଭାବେ ବିଜୟୀ ହୋଇଥିଲେ। ପରବର୍ତ୍ତୀ ସମୟରେ ସେ ବିଜେଡିରେ ସାମିଲ ହୋଇଥିଲେ। କିନ୍ତୁ କୋଲକାତାରେ ଏକ ସ୍ପାରୁ ଗିରଫ ହେବା ପରେ ୨୦୧୮ରେ ବିଜେଡିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା । ବ୍ୟବସାୟ କାମରେ କୋଲକାତା ଯାଇ ସେଠାରେ ପ୍ରଥମେ ନିଖୋଜ ହେବା ପ୍ରଚାରିତ ହେବା ଓ ପରେ କୋଲକାତା ପୁଲିସ ଦ୍ଵାରା ଗିରଫ ହେବା ଘଟଣା ଜଣାପଡ଼ିବା ପରେ ନବୀନଙ୍କ ଆଚରଣ ବିବାଦ ଘେରକୁ ଆସିଥିଲା। ଏହା ପରେ ସେ କଂଗ୍ରେସରେ ସାମିଲ ହୋଇଥିଲେ ଓ ପ୍ରାର୍ଥୀ ହୋଇଥିଲେ, କିନ୍ତୁ ନିର୍ବାଚନରେ ହାରି ଯାଇଥିଲେ।

Get real time updates directly on you device, subscribe now.