fbpx

ମହାନବମୀରେ ରାମନବମୀର ଶୁଭେଚ୍ଛା ! ଅଖିଳେଶଙ୍କ ଟ୍ୱିଟ୍ ଉପରେ ବିଜେପିର ଆକ୍ଷେପ, କହିଲା…

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ଆସନ୍ତାବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହାକୁ ନେଇ ନେତା ଏବଂ ରାଜନୈତିକ ଦଳ ମଧ୍ୟରେ ଏମିତି ରାଜନୈତିକ ଲଢେଇ ଜାରି ରହିଛି ଯେ, କେବେ କେଉଁ କଥା ପ୍ରସଙ୍ଗ ହୋଇଯିବ ଏବଂ କେଉଁ ଶବ୍ଦକୁ ନେଇ ହଙ୍ଗାମା ହେବ ତାହା କହିବା ବହୁତ ମୁସ୍କିଲ । ସଦ୍ୟତମ ମାମଲା ଗୁରୁବାର ଅଖିଳେଶ ଯାଦବଙ୍କ ଟ୍ୱିଟକୁ ନେଇ ହୋଇଛି । ଅଖିଳେଶ ଯାଦବ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇ ଏକ ଟ୍ୱିଟ୍ କରିଛନ୍ତି । ଏବେ ଏହି ଟ୍ୱିଟକୁ ନେଇ ବିଜେପି ତାଙ୍କ ଉପରେ ହମଲା କରିଛି । ଏବେ ସଭିଙ୍କ ଧ୍ୟାନ ଏହି ଟ୍ୱିଟ୍ ଉପରେ ରହିଛି ।

ସୂଚନାଯୋଗ୍ୟ, ଅଖିଳେଶ ଯାଦବ ନିଜ ଟ୍ୱିଟରରେ ମହାନବମୀ ଅବସରରେ ଲୋକଙ୍କୁ ରାମନବମୀର ଅଭିନନ୍ଦନ ଜଣାଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଆପଣ ଏବଂ ଆପଣଙ୍କ ପରିବାରକୁ ରାମନବମୀର ଅନନ୍ତ ମଙ୍ଗଳକାମନା’ । ଏହାର କିଛି ସମୟ ପରେ ସେ ଏହି ଟ୍ୱିଟକୁ ହଟାଇ ନୂତନ ଟ୍ୱିଟ୍ କରି ଲେଖିଥିଲେ ଯେ, ‘ଆପଣ ଏବଂ ଆପଣଙ୍କ ପରିବାରକୁ ମହାନବମୀର ଅନନ୍ତ ମଙ୍ଗଳକାମନା’ ।

 

ମାତ୍ର ସେତେବେଳକୁ ବିଜେପିକୁ ଅଖିିଳେଶଙ୍କ ଉପରେ ଟାର୍ଗେଟ୍ କରିବାର ସୁଯୋଗ ମିଳି ଯାଇଛି । ଉତ୍ତର ପ୍ରଦେଶ ବିଜେପି ଟ୍ୱିଟ୍ କରି ଲେଖିଛି ଯେ, ଯେଉଁ ଅଖିଳେଶ ଯାଦବଙ୍କୁ ଏତିକି ଜଣା ନାହିଁ ଯେ ମହାନବମୀ ଏବଂ ରାମନବମୀ ମଧ୍ୟରେ ପାର୍ଥକ୍ୟ କଣ, ସେ ରାମ ଏବଂ ପର୍ଶୁରାମଙ୍କ କଥା କହୁଛନ୍ତି । ଜନତାଙ୍କୁ ଜମାରୁ ଟୋପି ପିନ୍ଧାନ୍ତୁ ନାହିଁ, ଏହା ଆପଣଙ୍କ ଉପରେ ହିଁ ଭଲ ମାନେ ବୋଲି ବିଜେପି କହିଛି ।

ଏହି ବିବାଦ ଉପରେ ବିଜେପି ନେତା ଅମିତ୍ ମାଲଭିୟ ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି, ରାମନବମନୀ ଚୈତ୍ର ମାସରେ ପଡେ ଏବଂ ଶାରଦୀୟ ନବରାତ୍ରରେ ହିଁ ମହାନବମୀ ହୋଇଥାଏ । ଏହା ତ ମା ଦୁର୍ଗାଙ୍କ ଆରାଧନାର ଦିନ । ଏହା ପରେ ଦଶହରା ପଡିଥାଏ । ସେ କାରସେବକଙ୍କ ଉପରେ ଗୁଳିମାଡ ଘଟଣା ମନେ ପକାଇ କହିଛନ୍ତି, ଏମିତି କରୁଥିବା ଲୋକଙ୍କୁ ନିର୍ବାଚନ ଆସିଲେ ହିନ୍ଦୁ ହେବାର ଅଭିୟନ କରନ୍ତି ।

 

 

Get real time updates directly on you device, subscribe now.