fbpx

ଏମ୍ସରେ ମନମୋହନ, ଆଶୁ ଆରୋଗ୍ୟ କାମନା କଲେ ପ୍ରଧାନମନ୍ତ୍ରୀ ମୋଦୀ, ଭେଟିବାକୁ ଗଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରିଛନ୍ତି । ମନମୋହନ ସିଂହ ବୁଧବାର ସନ୍ଧ୍ୟାରେ ଅଚାନକ ଅସୁସ୍ଥ ହୋଇ ପଡିବାରୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ନିଃଶ୍ୱାସ ପ୍ରଶ୍ୱାସରେ କଷ୍ଟ ହେବା ସହ ଛାତି ଯନ୍ତ୍ରଣା ହୋଇଥିଲା ।

ପ୍ରଧାନମନ୍ତ୍ରୀ ଗୁରୁବାର ଟ୍ୱିଟ୍ କରିଛନ୍ତି ଯେ, ମୁଁ ଡକ୍ଟର ମନମୋହନ ସିଂହ ଜୀଙ୍କ ଶୀଘ୍ର ଆଶୁ ଆରୋଗ୍ୟ କାମନା କରୁଛି । ଏହା ପୂର୍ବରୁ ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ମନମୋହନଙ୍କୁ ଭେଟିବା ପାଇଁ ଏମ୍ସ ପହଞ୍ଚିଥିଲେ । ଗତକାଲି ସନ୍ଧ୍ୟା ୬ଟା ୧୫ରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଏମ୍ସର କାର୍ଡିୟୋ ନ୍ୟୁରୋ ଟାୱାରରେ ଭର୍ତ୍ତି କରାଯାଇଥିଲା ।

 

ନ୍ୟୁରୋ ଡାକ୍ତର ଅଚଲ ଶ୍ରୀବାସ୍ତବ ଏବଂ ହୃଦରୋଗ ଡାକ୍ତର ନୀତିଶ ନାୟକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଚିକିତ୍ସା କରୁଛନ୍ତି । ବର୍ତ୍ତମାନ ମନମୋହନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା କୁହାଯାଇଛି ।

 

 

Get real time updates directly on you device, subscribe now.