fbpx

ଚର୍ଚ୍ଚ ଭିତରେ ସାଂସଦଙ୍କୁ ଛୁରୀ ଭୁସି ହତ୍ୟା

ନୂଆଦିଲ୍ଲୀ: ଚର୍ଚ୍ଚ ଭିତରେ ସାଂସଦଙ୍କୁ ହତ୍ୟା । ଭୋଟରଙ୍କ ସହିତ ଆଲୋଚନା ସମୟରେ ଜଣେ ବ୍ୟକ୍ତି ଆକ୍ରମଣ କରିବାରୁ ସାଂସଦଙ୍କ ମୃତ୍ୟୁ ଘଟିଛି । ଘଟଣାଟି ଘଟିଛି ବ୍ରିଟେନରେ । ବ୍ରିଟିଶ ସାଂସଦ ଡେଭିଡ ଏମ୍ସଙ୍କୁ ଶୁକ୍ରବାର ଛୁରୀ ଭୁସି ହତ୍ୟା କରାଯାଇଛି । ଏମ୍ସ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ କଞ୍ଜରଭେଟିଭ୍ ଦଳର ସଦସ୍ୟ ଅଟନ୍ତି ।

ଏସେକ୍ସର ସାଉଥେଣ୍ଡ ୱେଷ୍ଟରୁ ସାଂସଦ ରହିଥିବା ଡେଭିଡ ଏମ୍ସ ବେଲଫେୟାର୍ସ ମେଥୋଡିଷ୍ଟ ଚର୍ଚ୍ଚରେ ଏକ ବୈଠକରେ ଅଂଶଗ୍ରହଣ କରିଥିଲେ । ନିଜ ନିର୍ବାଚନମଣ୍ଡଳୀର ଭୋଟରଙ୍କ ସହିତ ବୈଠକ ସମୟରେ ଛୁରୀ ଭୁସି ହତ୍ୟା କରାଯାଇଥିଲା । ଜରୁରୀକାଳୀନ ଚିକିତ୍ସା ଦ୍ୱାରା ଏମ୍ସଙ୍କୁ ବଞ୍ଚାଇବାର ପ୍ରୟାସ କରାଯାଇଥିଲେ ହେଁ ଏହା ବ୍ୟର୍ଥ ହୋଇଥିଲା । ଏହି ଘଟଣା ପରେ ପୋଲିସ ଜଣେ ୨୫ ବର୍ଷୀୟ ଯୁବକଙ୍କୁ ଛୁରୀ ସହିତ ଗିରଫ କରିଛି ।

Get real time updates directly on you device, subscribe now.