fbpx

ଟି-୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ଖେଳିବ ଟିମ୍ ଇଣ୍ଡିଆ, ଚୂଡାନ୍ତ ବ୍ୟାଟିଂ ରଣନୀତି ପ୍ରସ୍ତୁତ କରିବ

ଦୁବାଇ:ଭାରତ ଆସନ୍ତା ୨୪ ତାରିଖ ଦିନ ପାକିସ୍ତାନ ବିପକ୍ଷରେ ଚଳିତ ଟି- ୨୦ ବିଶ୍ୱକପର ପ୍ରଥମ ମ୍ୟାଚ ଖେଳିବା ପାଇଁ ଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ପରେ ପ୍ରସ୍ତୁତ କରିବ ଚୂଡାନ୍ତ ରଣନୀତି । ଅବଶ୍ୟ ଗତକାଲି ଭାରତ ଖେଳିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ୱାର୍ମଅପ୍‌ ମ୍ୟାଚରେ ଦଳର ଏକାଧିକ ପ୍ରମୁଖ ଖେଳାଳିଙ୍କ ଦକ୍ଷତା ପ୍ରମାଣିତ ହୋଇ ପାରିଛି । ମୁଖ୍ୟତଃ ଓପନର କେଏଲ ରାହୁଲଙ୍କ ସହିତ ଇଶାନ କିଶାନ, ସୂର୍ଯ୍ୟକୁମାର ଯାଦବ ଓ ୱିକେଟ କିପର ରିଷଭ ପନ୍ତ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚରେ ନିଜର ଦମ ଦେଖାଇ ପାରିଛନ୍ତି । କେ ଏଲ ରାହୁଲ ଓ ଇଶାନ କିଶାନ ଇନିଂସ ଓପନିଂ କରି ଭାରତର ବିଜୟ ପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ରାହୁଲ ୫୧ ଓ ଇଶାନ କିଶାନ ୭୦ ରନ କରିଥିବା ବେଳେ ପନ୍ତ ଅପରାଜିତ ରହି ଭାରତକୁ ୭ ୱିକେଟରେ ବିଜୟୀ କରାଇ ଥିଲେ । ଏହି ମ୍ୟାଚରେ ଓପନର ରୋହିତ ଶର୍ମା ଖେଳି ନ ଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କର ବ୍ୟାଟିଂ କମାଲ ଦେଖାଇବାରେ କୌଣସି ତ୍ରୁଟି କରି ନାହାନ୍ତି । ମାତ୍ର ପିଠି ଯତ୍ନଣା ସମସ୍ୟା ନେଇ ସେ ବୋଲିଂ କରି ପାରୁ ନ ଥିବାରୁ ଭାରତୀୟ ମ୍ୟାନେଜମେଣ୍ଟ ଚିନ୍ତାରେ ପଡିଛି । ତେବେ ଏଥିାଇଁ ବିକଳ୍ପ ଯୋଜନା କରିବା ପାଇଁ ବିସିସିଆଇ ବିଚାର ବିମର୍ଷ ଚଳାଇଛି । ପାଣ୍ଡ୍ୟା ଜଣେ ଦକ୍ଷ ମ୍ୟାଚ ଫିନିଶର ହୋଇ ଥିବାରୁ ୧୧ ଜଣିଆ ଚୂଡାନ୍ତ ଦଳରେ ତାଙ୍କ ସ୍ଥାନକୁ କଦାପି ଉପେକ୍ଷା କରାଯାଇ ପାରିବ ନାହିଁ । ରୋହିତ ଶର୍ମା ଓ କେଏଲ ରାହୁଲ ଇନିଂସ ଓପନିଂ କରିବା ନିଶ୍ଚିତ ହୋଇ ଯାଇଛି ।

ସେହିପରି କୋହଲି ପୂର୍ବରି ତୃତୀୟ ସ୍ଥାନରେ ବ୍ୟାଟିଂ କରିବେ । ଅନ୍ୟ ପକ୍ଷରେ ସୂର୍ଯ୍ୟକୁମାର ଯାଦବଙ୍କ ପୂର୍ବରୁ ବ୍ୟାଟିଂ କରିବାକୁ ଆସିବେ ରିଷଭ ପନ୍ତ । ଯେତେଦୂର ସମ୍ଭବ ଇଶାନ କିଶାନ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବେ ବୋଲି ଅନୁମାନ । ରବିନ୍ଦ୍ର ଜାଡେଜା ,ଶାର୍ଦ୍ଦୁଳ ଠାକୁର ଓ ଅନ୍ୟ କେତେକ ବୋଲର ଇଂଲଣ୍ଡ ବି କ୍ଷ ଅଭ୍ୟାସ ମ୍ୟାଚରେ ବୋଲିଂ ସୁଯୋଗ ପାଇ ନ ଥିବା ବେଳେ ଅଷ୍ଟ୍ରେଲିଆ ବିରୋଧରେ ଏମାନଙ୍କର ଦକ୍ଷତା ଦେଖିବା ବାକି ରହିଛି । ଇଂଲଣ୍ଡ ବି କ୍ଷ ଅଭ୍ୟାସ ମ୍ୟାଚରେ ବରିଷ୍ଠ ପେସ୍‌ ବୋଲର ଭୁବନେଶ୍ୱର କୁମାର ସଫଳ ହୋଇ ପାରି ନ ଥିବା ବେଳେ ଅନ୍ୟତମ ଅଭିଜ୍ଞ ପେସ୍‌ ବୋଲର ମହମ୍ମଦ ସାମି ୩ ୱିକେଟ ହାସଲ କରି ନିଜର ଫିଟନେଶ ପ୍ରମାଣ ଦେଇଛନ୍ତି । ସେହିରି ରାହୁଲ ଚହର ଓ ଯଶପ୍ରୀତ ବୁମରା ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଦଖଲ କରିଥିଲେ । ତେଣୁ ଅଷ୍ଟ୍ରେଲିଆ ବିକ୍ଷ ଦ୍ୱିତୀୟ ଅଭ୍ୟାସ ମ୍ୟାଚ ଖେଳିବା ପରେ ଭାରତୀୟ ଦଳର ଚୂଡାନ୍ତ ପ୍ରସ୍ତୁତି କରାଯିବ । ମୁଖ୍ୟତଃ ଆସନ୍ତା ୨୪ ତାରିଖ ଦିନ ପାକିସ୍ତାନ ବିପକ୍ଷ ପ୍ରଥମ ମ୍ୟାଚ କେଉଁ ମାନେ ଖେଳିବେ ଓ ସେମାନଙ୍କ ସ୍ଥାନ ଫଇସଲା କରାଯିବ ।

ସୂଚନା ଯୋଗ୍ୟ ଯେ ୧୮ ତାରିଖ ଦିନ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚରେ ଭାରତ ୭ ୱିକେଟରେ ବିଜୟୀ ହୋଇଥିଲା । ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୫ ୱିକେଟ ହରାଇ ୧୮୮ ରନ କରିଥିବା ବେଳେ ପଛରେ ବ୍ୟାଟିଂ କରି ଭାରତ ଆହୁରି ଗୋଟିଏ ଓଭର ବାକି ଥାଇ ୩ ୱିକେଟ ବିନିମୟରେ ୧୯୨ ରନ କରି ବିଜୟୀ ହୋଇଥିଲା ।

Get real time updates directly on you device, subscribe now.