fbpx

ମମିତା ମର୍ଡର କେସ୍: ଗୋବିନ୍ଦର ସହଯୋଗୀ ରାଧେ ଗିରଫ, ଡ୍ରାଇଭର ଓ ମୁନସୀ ହେଲେ ରାଜସାକ୍ଷୀ

କଳାହାଣ୍ଡି(ଓଡ଼ିଶା ଭାସ୍କର): କଳାହାଣ୍ଡି ମହାଲିଙ୍ଗ ସନସାଇନ୍ ପବ୍ଲିକ୍ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ମାମଲାରେ ଆଉ ଜଣେ ଗିରଫ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁର ସହଯୋଗୀ ରାଧେଶ୍ୟାମ ଚଣ୍ଡୀକୁ ଗିରଫ କରିଛି ପୋଲିସ । ରାଧେକୁ ଗିରଫ ପରେ କୋର୍ଟ ଚାଲାଣ କରିଛି ବଲାଙ୍ଗିର ପୋଲିସ । ରାଧେକୁ ବଙ୍ଗୋମୁଣ୍ଡା ଏସଡିଜେଏମ କୋର୍ଟକୁ ନେଇଛି ପୋଲିସ ।

ଅନ୍ୟପଟେ ଅଟକ ଥିବା ଅନ୍ୟ ୨ ଜଣଙ୍କୁ ରାଜସାକ୍ଷୀ କରିଛି ପୋଲିସ । ଜେସିବି ଡ୍ରାଇଭର ପୁଷ୍କ ଭୋଇ, ମୁନସୀ ଗୁପ୍ତେଶ୍ୱର ତାଣ୍ଡି ହେଉଛନ୍ତି ରାଜସାକ୍ଷୀ । ଘଟଣାକୁ ଅତି ପାଖରୁ ଦେଖିଛନ୍ତି ଏହି ୨ ଜଣ ବ୍ୟକ୍ତି ।

Get real time updates directly on you device, subscribe now.