fbpx

ଚୀନକୁ ମୁହଁତୋଡ ଜବାବ ଦେବା ପାଇଁ ଭାରତ ତିଆରି କରୁଛି ବିପଦଜ୍ଜନକ ‘ହାଇପରସୋନିକ ମିସାଇଲ’- ରିପୋର୍ଟ

ନୂଆଦିଲ୍ଲୀ : ବିଶ୍ୱର କିଛି ବଛା ବଛା ଦେଶରେ ସାମିଲ୍ ହେଲା ଭାରତ । ଏହି ସବୁ ଦେଶ ହାଇପରସୋନିକ ମିସାଇଲ ବିକଶିତ କରୁଛନ୍ତି । ଆମେରିକା ସଂସଦର ଏକ ସ୍ୱତନ୍ତ୍ର ରିପୋର୍ଟରେ ଏହା କୁହାଯାଇଛି । ଆମେରିକାର ଏହି ରିପୋର୍ଟ ଠିକ୍ ସେହି ସମୟରେ ଆସିଛି, ଯେବେ ନିକଟରେ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ, ଚୀନ ଏକ ପରମାଣୁ ସକ୍ଷମ ସୁପରସୋନିକ ମିସାଇଲ ପ୍ରକ୍ଷେପଣ କରିଛି । ଏହି ମିସାଇଲ ନିଜର ଲକ୍ଷ୍ୟଭେଦ ବିଚ୍ୟୁତ ହେବା ପୂର୍ବରୁ ଆକାଶରେ ଚକ୍କର କାଟିଥିଲା । ଏବେ ଭାରତ ଚୀନକୁ ଜବାବ ଦେବା ପାଇଁ ସୁପରସୋନିକ ମିସାଇଲ ବିକଶିତ କରୁଛି ।

ଏହା ପୂର୍ବରୁ ଆମେରିକା, ରୁଷ ଓ ଚୀନ ପାଖରେ ସବୁଠୁ ଆଧୁନିକ ହାଇପରସୋନିକ ହତିଆର ରହିଛି । ମାତ୍ର ଅଷ୍ଟ୍ରେଲିଆ, ଭାରତ, ଫ୍ରାନ୍ସ, ଜର୍ମାନୀ ଓ ଜାପାନ ସମେତ କିଛି ଅନ୍ୟ ଦେଶ ମଧ୍ୟ ହାଇପରସୋନିକ କ୍ଷେପଣାସ୍ତ୍ର ବିକଶିତ କରୁଛନ୍ତି । ସିଆରଏସ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ, ଆମେରିକା ଓ ଭାରତ ଏହି ସମ୍ବନ୍ଧରେ ରୁଷ ସହିତ ରାଜିନାମା କରିଛନ୍ତି । ଭାରତ ମାକ୍ ୭ ହାଇପରସୋନିକ କ୍ରୁଜ ମିସାଇଲ ବ୍ରୋହ୍ମସ ୨କୁ ବିକଶିତ କରିବା ପାଇଁ ରୁଷ ସହ ଚୁକ୍ତି କରିଛି ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି, ବ୍ରହ୍ମୋସ ୨କୁ ୨୦୧୭ରେ ହାଇପରସୋନିକରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ମାତ୍ର ଏଥିରେ ବିଳମ୍ବ ଘଟିଛି । ଏବେ ୨୦୨୫ ଏବଂ ୨୦୨୮ ମଧ୍ୟରେ ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ନିର୍ଦ୍ଧାରିତ କରାଯାଇଛି । ଭାରତ ନିଜର ହାଇପରସୋନିକ ମିସାଇଲ କାର୍ଯ୍ୟକ୍ରମ ସ୍ୱଦେଶୀ ଜ୍ଞାନ କୌଶଳରେ କରିବାକୁ ଯୋଜନା ରଖିଛି । ଭାରତ ୨୦୧୯ ଜୁନ ଓ ୨୦୨୦ ସେପ୍ଟେମ୍ବର ମଧ୍ୟରେ ମାକ୍ ୬ ସ୍କ୍ରାମଜାଟର ସଫଳତାପୂର୍ବକ ପରୀକ୍ଷଣ କରିଥିଲା ।

ଆମେରିକାର ଏକ ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟରେ କୁହାଯାଇଛି ଯେ, ଭାରତ ପାଖାପାଖି ୧୨ ହାଇପରସୋନିକ ସଞ୍ଚାଳନ କରିବାକୁ ସମର୍ଥ । ଏବେ ଭାରତ ହାଇପରସୋନିକ ମିସାଇଲ ବିକଶିତ କରୁଛି । ଏହା ଦୁଇ ଗୁଣ ଅଧିକ ବେଗରେ ଗତି କରିବା ସହିତ ଏହାର ଲକ୍ଷ୍ୟଭେଦ କ୍ଷମତା ବୃଦ୍ଧି ଘଟିବ । ଏହାର କିଛି ଦିନ ପୂର୍ବରୁ ଚୀନ ପରମାଣ ସଂପନ୍ନ ହାଇପରସୋନିକ ମିସାଇଲ ପରୀକ୍ଷଣ କରିଥିଲା । କିନ୍ତୁ ଚୀନ କହିଥିଲା ଯେ, ସେ ପରମାଣୁ ନୁହେଁ ହାଇପରସୋନିକ ଯାନର ପରୀକ୍ଷଣ କରିଛି ।

 

Get real time updates directly on you device, subscribe now.