fbpx

ଏହି ତାରିଖରୁ ଆରମ୍ଭ ହେବ ସଂସଦର ଶୀତ ଅଧିବେଶନ; ଜାଣନ୍ତୁ କ’ଣ ରହିଛି ପ୍ରସ୍ତୁତି…

ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭ ହେବ । ଏହି ଅଧିବେଶନ ସମ୍ପୂର୍ଣ୍ଣ କୋଭିଡ-୧୯ କଟକଣା ମଧ୍ୟରେ ଅନୁଷ୍ଠିତ ହେବ । ଏଥିରେ ୨୦ଟି କାର୍ଯ୍ୟ ଦିବସ ରହିବ । ଖ୍ରୀଷ୍ଟମାସ ଅର୍ଥାତ ଡିସେମ୍ବର ୨୫ ପୂର୍ବରୁ ଏହା ସରିବ ବୋଲି ପାର୍ଲାମେଣ୍ଟ ସୂତ୍ରରୁ ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ, ଶୀତକାଳୀନ ଅଧିବେଶନରେ ୨୦ଟି କାର୍ଯ୍ୟ ଦିବସ ରହିବ । ସଂସଦୀୟ ବ୍ୟାପାରରେ କ୍ୟାବିନେଟ ହିଁ ଅନ୍ତିମ ନିଷ୍ପତ୍ତି ଗ୍ରହଣ କରିବେ । ବିପକ୍ଷ ଦଳଙ୍କୁ ଏଜେଣ୍ଡା ପଠାଇବା ପାଇଁ କୁହାଯାଇଥିବା ବେଳେ ବିଭିନ୍ନ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ କୋଭିଡ ପ୍ରୋଟୋକଲ ଉପରେ ମଧ୍ୟ ଏହି ସମୟରେ ଚର୍ଚ୍ଚା ହେବ । ଦୁଇ ଡୋଜ ଟିକା ନେଇଥିବା ସାଂସଦଙ୍କ ପାଇଁ ଆରଟିପିସିଆର ବାଧ୍ୟତାମୂଳକ ରଖାଯାଇନାହିଁ ।

Get real time updates directly on you device, subscribe now.