fbpx

ଓଡ଼ିଶା ସମେତ ଏହି ରାଜ୍ୟଗୁଡ଼ିକରେ ବନ୍ଦ ରହିବ ରେଳସେବା: ଟିକେଟ୍ ବୁକିଂ ସହିତ ହେବନାହିଁ ଅନ୍ୟ ଜରୁରୀ କାମ, ଜାଣନ୍ତୁ କେବେ?

ନୂଆଦିଲ୍ଲୀ: ପାର୍ବଣ ଋତୁରେ ରେଳଯାତ୍ରୀଙ୍କ ପାଇଁ ଆସିଛି ବଡ଼ ଖବର । ଦୀପାବଳୀକୁ ନେଇ ଲକ୍ଷାଧିକ ଲୋକେ ଯାତ୍ରା କରିବେ । ଯଦି ଆପଣ ରେଳ ସହ ଜଡ଼ିତ କିଛି ଅପଡେଟ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଜରୁରୀ ଖବର । ରେଲୱେ ପକ୍ଷରୁ କୁହାଯାଇଛି ଯେ, ୨୩ ଅକ୍ଟୋବରର ରାତି ୧୧ଟା ୪୫ଟାରୁ ୨୪ ଅକ୍ଟୋବର ସକାଳ ୫ଟା ପର୍ଯ୍ୟନ୍ତ ଯାତ୍ରୀମାନେ ଟିକେଟ୍ ପାଇପାରିବେ ନାହିଁ ।

ଯଦି ଆପଣ ୨୩ ରୁ ୨୪ ଅକ୍ଟୋବର ମଧ୍ୟରେ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପୂର୍ବାଞ୍ଚଳ ରେଳବାଇ କହିଛି ଯେ, ୨୦୨୧ ଅକ୍ଟୋବର ୨୩ ତାରିଖ ରାତି ୧୧ଟା ୪୫ ରୁ ୨୪ ଅକ୍ଟୋବର ସକାଳ ୫.୦୦ ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା କାମ କରିବ ନାହିଁ । ଯେଉଁ କାରଣରୁ ଯାତ୍ରୀମାନେ ଏହି ଅବଧି ମଧ୍ୟରେ ଟିକେଟ୍ ପାଇପାରିବେ ନାହିଁ । ଏଥି ସହିତ ଯାତ୍ରୀମାନେ ଏହି ସମୟ ମଧ୍ୟରେ ଟ୍ରେନ୍ ସମ୍ବନ୍ଧୀୟ ଇନକ୍ୱାରୀ କରିପାରିବେ ନାହିଁ । ଏହା ବ୍ୟତୀତ ଆହୁରି ଅନେକ ସେବା ମଧ୍ୟ ପ୍ରଭାବିତ ହେବ ।

ପୂର୍ବାଞ୍ଚଳ ରେଳ ଟ୍ୱିଟ୍ କରି କହିଛି ଯେ, ‘କୋଲକାତାର ପିଆରଏସ ଡାଟା କେନ୍ଦ୍ରରେ ମେଣ୍ଟେନାସ୍ କାମ ପାଇଁ ଟିକେଟ୍ ବୁକିଂ ହୋଇପାରିବ ନାହିଁ । ଏହି କାର୍ଯ୍ୟ ୨୩ ଅକ୍ଟୋବରରୁ ରାତି ୨୩.୪୫ ରୁ ୨୪ ଅକ୍ଟୋବର ସକାଳ ୫ ଟା ପର୍ଯ୍ୟନ୍ତ ଚାଲିବ । ତେଣୁ ଯାତ୍ରୀମାନେ ଆଗରୁ ଟିକେଟ୍ ବୁକ୍ କରିବା ଉଚିତ୍, ନଚେତ୍ ସେମାନେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।’

ପୂର୍ବାଞ୍ଚଳ ରେଲୱେ କହିଛି ଯେ ପୂର୍ବ ରେଳବାଇ, ଦକ୍ଷିଣ ପୂର୍ବ ରେଳବାଇ, ପୂର୍ବତଟ ରେଳବାଇ, ଦକ୍ଷିଣ ପୂର୍ବ କେନ୍ଦ୍ରୀୟ ରେଳବାଇ, ଉତ୍ତର ପୂର୍ବ ସୀମା ରେଳବାଇ ଏବଂ ପୂର୍ବ କେନ୍ଦ୍ରୀୟ ରେଳବାଇରେ ଇଣ୍ଟରନେଟ୍ ବୁକିଂ, ଇନକ୍ୱାରୀ ଓ ଅନେକ ସେବା ବନ୍ଦ ରହିବ । ଏହି ରେଳ ଜୋନ୍ ଅଧୀନରେ ଥିବା ରାଜ୍ୟଗୁଡ଼ିକ ଯଥା ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡଖଣ୍ଡ, ବିହାର, ପଶ୍ଚିମବଙ୍ଗ, ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଆସାମ ସମେତ ଉତ୍ତର-ପୂର୍ବ ରାଜ୍ୟଗୁଡିକରେ ଅନଲାଇନ୍ ରେଳ ଟିକେଟ୍, ଇନକ୍ୱାରୀ ଭଳି ଜରୁରି ସେବା ମିଳିପାରିବ ନାହିଁ ।

Get real time updates directly on you device, subscribe now.