fbpx

ଆସନ୍ତା ୧୫ରେ ପଞ୍ଚକ ବ୍ରତ, ୧୭ରେ ଧବଳେଶ୍ୱର ପୀଠରେ ବଡ଼ ଓଷା ନୀତି

କଟକ (ଭାସ୍କର ନ୍ୟୁଜ୍‌): କଟକ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ବାବା ଧବଳେଶ୍ୱରଙ୍କ ପଞ୍ଚକ ବ୍ରତ ଓ ବଡ଼ଓଷା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ବୈଠକ ମଙ୍ଗଳବାର ଧବଳେଶ୍ୱର ପୀଠରେ ଅନୁଷ୍ଠିତ ହୋଇଯାଇଛି। ଚଳିଚ ବର୍ଷ ବାବା ଧବଳେଶ୍ୱରଙ୍କ ପୀଠରେ ପଞ୍ଚକ ବ୍ରତ ଆସନ୍ତା ନଭେମ୍ବର ୧୫ରୁ ଆରମ୍ଭ ହୋଇ ୧୯ ତାରିଖ ପର୍ଯ୍ୟନ୍ତ ପାଳନ ହେବ। ଏହ ସହିତ ନଭେମ୍ବର ୧୭ ତାରିଖ ତ୍ରୟୋଦଶୀ ତିଥିରେ ବଡ଼ଓଷା ପାଳନ କରାଯିବ ସହ ରାତି ୨ଟାରେ ଗଜଭୋଗ ଲାଗିହେବ। ୧୮ ତାରିଖ ଭୋର ସମୟରେ ଗଜଭୋଗ ବିତରଣ କରାଯିବ। ୧୯ ତାରିଖରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରାସ ଉତ୍ସବ ପାଳନ କରାଯିବ। ହେଲେ ଭକ୍ତମାନେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ କି ନାହିଁ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି। ନଭେମ୍ବର ଗାଇଡ୍‌ ଲାଇନ୍‌ ଅନୁସାରେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାବଦରେ ନିଷ୍ପତି ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।

ଚଳିତ ବର୍ଷ ପୂଜକ ସମିତି ଓ ଦେବୋତ୍ତର ବିଭାଗ ପକ୍ଷରୁ ପଞ୍ଚକର ୨ ଦିନ ଚନ୍ଦ୍ର ମଉଳି ବେଶ କରାଯିବା ସହ ୧୭ ତାରିଖ ତ୍ରୟୋଦଶୀ ତିଥିରେ ବଡ଼ସିଂହାର ବେଶ, ୧୮ରେ ଚତୁର୍ଦ୍ଦୋଶୀରେ ହରିହର ବେଶ ଓ ୧୯ତାରିଖ କାର୍ତ୍ତିକ ପୂର୍ଣ୍ଣିମୀରେ ଯୋଗୀ ବେଶ ଅନୁଷ୍ଠିତ ହେବ।

 

Get real time updates directly on you device, subscribe now.