fbpx

ପେଗାସସ୍‌ ଗୁଇନ୍ଦାଗିରି ମାମଲା, ଆଜି ସୁପ୍ରିମକୋର୍ଟରେ ରାୟ ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟ ପେଗାସସ୍‌ ଗୁଇନ୍ଦାଗିରି ମାମଲାର ରାୟ ଶୁଣାଣି  । ପୋଗାସସ୍ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ଆଗତ ପିଟିସନ ସୁପ୍ରିମକୋର୍ଟରେ ଶୁଣାଣି ହେବ। ଏନେଇ କେନ୍ଦ୍ର ସରକାର ଓ ଆବେଦନକାରୀଙ୍କ ପକ୍ଷରୁ ଜବାବ ଶୁଣିବା ପରେ ପ୍ରଧାନ ବିଚାରପତି ଏନ୍‌ଭି ରମନା, ବିଚାରପତି ସୂର୍ଯ୍ୟ କାନ୍ତ ଓ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତ ସେପ୍ଟେମ୍ବର ୧୩ରେ ରାୟ ସଂରକ୍ଷିତ ରଖିଥିଲେ ।

ସୁପ୍ରିମକୋର୍ଟ କହିଥିଲେ ସରକାର ପେଗାସସ୍‌କୁ ବ୍ୟବହାର କରି ବେଆଇନ ଭାବେ ନାଗରିକଙ୍କ ଉପରେ ତଥାକଥିତ ଗୁଇନ୍ଦାଗିରି କରୁଥିଲେ କି ନାହିଁ ତାହା ଜାଣିବାର ଆବଶ୍ୟକତା ରହିଛି । ଇସ୍ରାଏଲ ଏନ୍‌ଏସ୍‌ଓ କମ୍ପାନୀ ଦ୍ୱାରା ବିକଶିତ ପେଗାସସ୍‌ ସ୍ପାଇୱେର ବ୍ୟବହାର କରି ଭାରତରେ ଅନେକ ବିଶିଷ୍ଟ ଲୋକଙ୍କ ମୋବାଇଲ୍‌କୁ ହ୍ୟାକ୍‌ କରି ଗୁପ୍ତ ସୂଚନା ସଂଗ୍ରହ କରାଯାଉଥିବା ନେଇ ଚର୍ଚ୍ଚା ହୋଇଥିବା ବେଳେ ବିଭିନ୍ନ ରାଜନେତା, ବିଚାରପତି, ସାମ୍ବାଦିକ, ସାମାଜିକ କର୍ମୀଙ୍କ ଟେଲିଫୋନ ଟ୍ୟାପ କରୁଥିବା ଅଭିଯୋଗ ହୋଇଥିଲା ।

 

Get real time updates directly on you device, subscribe now.