fbpx

ପୁଣି ପାର୍ଟନର ହେବ ଜାପାନ !

ଭୁବନେଶ୍ୱର,୨୭ ।୨(ଓଡିଶା ଭାସ୍କର): ଲୋକସେବା ଭବନରେ ଜାପାନ ପ୍ରତିନିଧିଙ୍କ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି । ଆଲୋଚନାରେ ଇସ୍ପାତ ମନ୍ତ୍ରାଳୟର ପ୍ରତିନିଧିଙ୍କ ସମେତ ମୁଖ୍ୟ ଶାସନ ସଚିବ, ଖଣି ଓ ଇସ୍ପାତ ସଚିବ ପ୍ରମୁଖ ଉପସ୍ଥିତ ରହିଥିଲେ । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟାରେ କହିଛନ୍ତି ଯେ, ୨୦୨୦ ମେକ୍ ଇନ୍ ଓଡିଶା କନକ୍ଲେଭରେ ଜାପାନ ପାର୍ଟନର ହେବ ।’

ଜାପାନକୁ ପାର୍ଟନର ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି । ଓଡିଶାରେ ପୁଞ୍ଜିନିବେଶ ନେଇ ଜାପାନ ସହ ଆଲୋଚନା ହୋଇଛି । ଆଲୋଚନାରେ ଆଶାବାଦୀ ଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର କହିଛନ୍ତି । ଏହା ସହ ଇସ୍ପାତ, ପେଟ୍ରୋକେମିକାଲ, କୃଷି ଓ ପର୍ଯ୍ୟଟନ କ୍ଷେତ୍ରରେ ଆଲୋଚନା ହୋଇଛି ।

Get real time updates directly on you device, subscribe now.