ଦୁର୍ଘଟଣାରୁ ବଞ୍ଚାଇବ ଗୁଗୁଲ ମ୍ୟାପର ଏହି ଫିଚର୍, ନିଶ୍ଚୟ କରନ୍ତୁ ବ୍ୟବହାର

ଓଡ଼ିଶା ଭାସ୍କର ବ୍ୟୁରୋ: ରାସ୍ତାରେ ଗାଡ଼ି ଚଳାଇବା ସମୟରେ ଟ୍ରାଫିକ୍ ନିୟମକୁ ପାଳନ କରିବା ନିହାତି ଆବଶ୍ୟକ । ଟ୍ରାଫିକ୍ ନିୟମ ପାଳନ ନ କରିବା ଆପଣଙ୍କ ଜୀବନ ପ୍ରତି ବିପଦଜନକ ସାବ୍ୟସ୍ତ ହୋଇପାରେ । ଏହା କେବଳ ଆପଣଙ୍କ ଜୀବନ ନୁହେଁ ବରଂ ରୋଡରେ ଯାଉଥିବା ଅନ୍ୟ ଲୋକମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦଜନକ ହୋଇପାରେ । ତେବେ ଟ୍ରାଫିକ୍ ନିୟମ ମଧ୍ୟରୁ ଓଭର୍ ସ୍ପିଡ୍ ମଧ୍ୟ ସାମିଲ ରହିଛି । ହେଲେ ଅନେକ ଲୋକ ଜୋସ୍ ଜୋସ୍ ରେ ଆସି ଏହିକଥାକୁ ଭୁଲି ଯାଆନ୍ତି । ତେଣୁ ଗାଡ଼ିକୁ ସାବଧାନର ସହିତ ଚଳାଇବା ଆବଶ୍ୟକ ।

ତେବେ ଓଭର୍ ସ୍ପିଡ୍ ରୁ ବର୍ତ୍ତିବା ପାଇଁ ଆପଣଙ୍କୁ ଗୁଗୁଲ ସାହାଯ୍ୟ କରିପାରେ । ଗୁଗୁଲ୍ ମ୍ୟାପ୍ ର ନାମ ତ ଆପଣ ମାନେ ଶୁଣିଥିବେ । ହେଲେ ଏହାର ଏକ ଫିଚର୍ ଆପଣଙ୍କୁ ଓଭରସ୍ପିଡ୍ କରିବାରୁ ବଞ୍ଚାଇ ପାରିବ । ଗାଡ଼ି ଚଲାଇବା ସମୟରେ ଆପଣ ଗୁଗୁଲ ମ୍ୟାପ୍ ର ସ୍ପିଡ୍ ଲିମିଟ୍ ଫଙ୍କସନ୍ ଅନ୍ କରିଛନ୍ତି । ତେବେ ଆପଣଙ୍କୁ ଏହି ଆପ୍ ସଡ଼କରେ ଯିବା ସମୟରେ ସ୍ପିଡ୍ ଲିମିଟ୍ ସମ୍ପର୍କରେ କହିଥାଏ । ଯେତେବେଳେ ଆପଣ ସ୍ପିଡ୍ ଲିମିଟ୍ ରୁ ଅଧିକ ସ୍ପିଡ୍ ରେ ଗାଡ଼ି ଚଳାଉଛନ୍ତି ସେତେବେଳେ ଉକ୍ତ ଫିଚର୍ ଆପଣଙ୍କୁ ନୋଟିଫିକେସନ୍ ପଠାଇ ଆଲର୍ଟ କରାଇଥାଏ ।

 

ଗୁଗୁଲ ମ୍ୟାପ୍ସର ଏହି ଅନ୍-ସ୍କ୍ରିନ୍ ସ୍ପିଡୋମିଟର୍ ଫଙ୍କସନ୍ ସବୁଠାରୁ ପ୍ରଥମେ ୨୦୧୯ରେ ଲଞ୍ଚ କରାଯାଇଥିଲା । ଯଦି ଆପଣ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କୁ ଗୁଗୁଲ ମ୍ୟାପ୍ସ ଆପ୍ କୁ ଅନ୍ କରିବାକୁ ହେବ । ଏହା ପରେ ଟପ୍ ରାଇଟ୍ କର୍ଣ୍ଣନର୍ ରେ ଥିବା ପ୍ରୋଫାଇଲ୍ ପିକ୍ଚର୍ ଉପରେ କ୍ଲିକ୍ କରନ୍ତୁ । ଏହାପରେ ସେଟିଂ କୁ ଯାଇ ସେଠାରେ ଥିବା ନେଭିଗେସନ୍ ସେଟିଂ ଉପରେ କ୍ଲିକ୍ କରନ୍ତୁ । ସେଠାରେ ଆପଣଙ୍କୁ ସ୍ପିଡୋମିଟର୍ ଅନ୍ କରିବାର ଅପସନ୍ ମିଳିଯିବ । ଆପଣଙ୍କୁ ସେଠାରେ କ୍ଲିକ୍ କରିବାକୁ ହେବ ।