fbpx

ବୋଲର ଓ ବଟଲରଙ୍କ ଚମକ୍ରାର ପ୍ରଦର୍ଶନ; ହ୍ୟାଟ୍ରିକ ବିଜୟ ସହିତ ଟେବଲ ଟପରେ ଇଂଲଣ୍ଡ

ନୂଆଦିଲ୍ଳୀ: ବୋଲର ଓ ଜୋସ ବଟଲରଙ୍କ ସଫଳତା ବଳରେ ଅଷ୍ଟ୍ରେଲିଆକୁ ୮ ୱିକେଟରେ ପରାସ୍ତ କରିଛି ଇଂଲଣ୍ଡ । ମାତ୍ର ୧୨୬ ରନର ପିଛା କରୁଥିବା ଇଂଲଣ୍ଡ ବଟଲରଙ୍କ ଅପରାଜିତ ୭୧ ରନ କରିବା ସହିତ ଦଳକୁ ସହଜ ବିଜୟ ପ୍ରଦାନ କରିଥିଲେ । ମାତ୍ର ୧୧.୪ ଓଭରରେ ଇଂଲଣ୍ଡ ୨ ୱିକେଟ ହରାଇ ବିଜୟୀ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଗର ଏବଂ ଜାମ୍ପା ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଇଂଲଣ୍ଡ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଇଂଲଣ୍ଡ ବୋଲରଙ୍କ ସଫଳତା ଫଳରେ ନିର୍ଦ୍ଧାରିତ ଓଭରରେ ମାତ୍ର ୧୨୫ ରନରେ ସୀମିତ ରହିଥିଲା ଅଷ୍ଟ୍ରେଲିଆ । ଅଧିନାୟକ ଆରୋନ ଫିଞ୍ଚ ସର୍ବାଧିକ ୪୪ ରନ କରିଥିବା ବେଳେ ଏଥିପାଇଁ ୪୯ ବଲ ଖେଳିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଷ୍ଟନ ଆଗର ୨୦ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ପକ୍ଷରୁ କ୍ରିସ ଜୋର୍ଡାନ ୧୭ ରନରେ ୩ଟି ୱିକେଟ ନେଇଥିବା ବେଳେ ଟାଇମାଲ ମିଲ୍ସ ଓ କ୍ରିସ ଓକ୍ସ ୨ଟି ଲେଖାଏଁ ୱିକେଟ ନେଇଥିଲେ । ୧୨୬ ରନ ଜବାବରେ ବଟଲର ଓ ରୟ ଧୂଆଁଧାର ଆରମ୍ଭ କରିଥିଲେ । ବଟଲର ମାତ୍ର ୩୨ ବଲ ଖେଳି ୭୧ ରନ କରିଥିଲେ । ବଟଲରଙ୍କ ଇନିଂସରେ ୫ଟି ଲେଖାଏଁ ଛକା ଓ ଚୌକା ସାମିଲ ଥିଲା । ଜୋର୍ଡାନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.