fbpx

ସଂକ୍ରମଣ ବୃଦ୍ଧି ନେଇ ପଶ୍ଚିମବଙ୍ଗ ଏବଂ ଆସାମକୁ ସତର୍କ କରାଇଲା କେନ୍ଦ୍ର, କୋଭିଡ୍ କଟକଣା କଡ଼ାକଡ଼ି ପାଳନ କରିବାକୁ ପରାମର୍ଶ

ନୂଆଦିଲ୍ଲୀ: କୋଭିଡ୍‌ ସଂକ୍ରମଣ ନେଇ ପଶ୍ଚିମବଙ୍ଗ ଏବଂ ଆସାମକୁ ସତର୍କ କରାଇଛି କେନ୍ଦ୍ର । ଉଭୟ ରାଜ୍ୟରେ କୋଭିଡ୍‌ କେସ୍‌ ବଢ଼ୁଥିବାରୁ କେନ୍ଦ୍ର ସାବଧାନ କରିଦେଇଛି । ଉଭୟ ରାଜ୍ୟରେ ସାପ୍ତାହିକ ପଜିଟିଭ ରେଟ୍‌ ବଢ଼ୁଥିବାରୁ ଏହା ଉପରେ ତୀକ୍ଷ୍ଣ ନଜର ସହ ସମୀକ୍ଷା କରିବାକୁ ପରାମର୍ଶ ଦେଇଛି କେନ୍ଦ୍ର । ବିଶେଷ କରି କୋଭିଡ୍‌ ନର୍ମସକୁ ଉଚିତ୍‌ ଭାବେ ପାଳନ କରିବାକୁ କୁହାଯାଇଛି ।

ଏନେଇ ଗତ ଅକ୍ଟୋବର ୨୬ତାରିଖରେ ଆସାମ ଏବଂ ପଶ୍ଚିମବଙ୍ଗର ମୁଖ୍ୟ ସଚିବମାନଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଚିଠି କରାଯାଇଛି । ସେଥିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଆରତି ଆହୁଜା ଅକ୍ଟୋବର ୨୦ରୁ ୨୬ ମଧ୍ୟରେ ସାପ୍ତାହିକ କୋଭିଡ୍‌ ମାମଲା ବୃଦ୍ଧି ପ୍ରସଙ୍ଗ ଉଠାଇବା ସହ ପରିସ୍ଥିତି ଗମ୍ଭୀର ହୋଇପାରେ ବୋଲି ଦର୍ଶାଇଛନ୍ତି । ଗତ ଅକ୍ଟୋବର ୨୨ରେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ପଶ୍ଚିମବଙ୍ଗକୁ ଚିଠି ଲେଖି ଦଶହରା ଉତ୍ସବରେ ଭିଡ଼ ହୋଇଥିବାରୁ କୋଭିଡ ମାମଲାରେ ବୃଦ୍ଧି ଘଟିବା ନେଇ ଚିନ୍ତା ପ୍ରକଟ କରିଥିଲେ । ଅହୁଜା ଆସାମକୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ଯେ ଗତ ସପ୍ତାହ ଅର୍ଥାତ ଅକ୍ଟୋବର ୨୦ରୁ ୨୬ ମଧ୍ୟରେ ସାପ୍ତାହିକ ମାମଲାରେ ୪୧ ପ୍ରତିଶତ ବୃଦ୍ଧି ପାଇଛି ।

ସେହିପରି ଗତ ୪ ସପ୍ତାହ ମଧ୍ୟରେ ପଜିଟି ରେଟ୍‌ ଅଧିକ ବୃଦ୍ଧି ପାଇଛି ବୋଲି କୁହାଯାଇଛି । ତେଣୁ ରାଜ୍ୟକୁ ଅଧିକ ଆରଟିିସଆର ଟେଷ୍ଟ କରି ରୋଗୀ ଚହ୍ନଟ କରାଯିବା ସହ ସେ ଦିଗରେ ଥିବା ପ୍ରତିଷେଧକମୂଳ ବ୍ୟବସ୍ଥା ଲାଗୁ କରିବାକୁ କୁହାଯାଇଛି । ବିଶେଷ କରି ଆସାମର ବାରପେଟା ଏବଂ କାମରୂମେଟ୍ରୋ ଜିଲ୍ଲା କୋଭିଡତ ମାମଲା ବୃଦ୍ଧି ପାଥିବା କୁହାଯାଇଛି । ସେହିଭଳି ପଶ୍ଚିମବଙ୍ଗରେ କୋଲକାତା ଏବଂ ହାୱଡ଼ାରେ ସ୍ଥିତି ବିଗିଡ଼ିବାରେ ଲାଗିଛି । ଅହୁଜା ଦର୍ଶାଇଛନ୍ତି ଯେ, ଗତ ସପ୍ତାହରୁ ରାଜ୍ୟରେ ସାପ୍ତାହିକ ନୂତନ ମାମଲାରେ ପ୍ରାୟ ୪୧ପ୍ରତିଶତ ବୃଦ୍ଧି ଘଟିଛି । କୋଭିଡ୍‌-୧୯-ସଂଯମ ଆଚରଣ ପ୍ରବର୍ତ୍ତନ ତଥା ସର୍ବସାଧାରଣ ସ୍ଥାନରେ ଫେସ୍‌ ମାସ୍କ୍‌ ପରିଧାନ, ଶାରୀରିକ ଦୂରତ୍ୱ ପାଳନ ଉପରେ ଗୁରତ୍ୱ ଦେବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.