fbpx

ନିରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେଲା ଚେନ୍ନାଇ ସୁପର କିଙ୍ଗ

ନୂଆଦିଲ୍ଲୀ: ଚଳିତ ବର୍ଷର ଟୋକିଓ ଅଲିମ୍ପିକ୍‌ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଜାଭେଲିନ ଥ୍ରୋର ନିରଜ ଚୋପ୍ରାଙ୍କୁ ୧ କୋଟି ଟଙ୍କା ପୁରସ୍କାର ଦେଲା ଆଇପିଏଲ ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) । ରବିବାର ଦିନ ଚେନ୍ନାଇ ସୁପର କିଙ୍ଗସ କ୍ରିକେଟ ଲିମିଟେଡ ପକ୍ଷରୁ ୧ କୋଟି ଟଙ୍କା ସହିତ ୮୭୫୮ ନମ୍ବର ଲେଖା ଥିବା ଏକ ଜର୍ସି ମଧ୍ୟ ଉପହାର ଦେଇଛି । କାରଣ ନିରଜ ଚୋପ୍ରା ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଅର୍ଜନ କରିଥିଲେ ।

ଏକ ପ୍ରେସ ବିଜ୍ଞପ୍ତିରେ ସିଏସକେର ମୁଖ୍ୟ କାର୍ଯ୍ୟନିର୍ବାହୀ କେ ଏସ ବିଶ୍ୱନାଥ କହିଛନ୍ତି ଯେ, ନିରଜ ଚୋପ୍ରାଙ୍କର ଏହି ସଫଳତା ପାଇଁ ସମଗ୍ର ଦେଶ ଆଜି ଗର୍ବିତ । ସେହିପରି ଆଗାମୀ ପିଢ଼ିର କ୍ରୀଡାବିତଙ୍କ ପାଇଁ ସେ ବଡ ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ୮୭.୫୮ ମିଟର ଜାଭେଲିନ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିବା ଭାରତୀୟ କ୍ରୀଡା ଇତିହାସରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ତେଣୁ ତାଙ୍କୁ ସମ୍ମାନିତ କରି ଆମେ ଗର୍ବ ଅନୁଭବ କରୁଛୁ ।

ସେହିପରି ଚୋପ୍ରା କହିଛନ୍ତି ଯେ, ଗତ ଦୁଇ ମାସ ଧରି ମୁଁ ଏକ ସ୍ୱତନ୍ତ୍ର ତଥା ନିଆରା ଅନୁଭୂତି ଅନୁଭବ କରିବା ସୁଯୋଗ ପାଇଥିବାରୁ ଅତି ଖୁସି ମନେ କରୁଛି ।

Get real time updates directly on you device, subscribe now.