fbpx

ହଳଦୀବସନ୍ତ ପେଟ୍ରୋଲ ପମ୍ପ ନିକଟରେ ବାଇକ୍ – କାର ମଧ୍ୟରେ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

ନିଆଳୀ (ଭାସ୍କର ନ୍ୟୁଜ୍‌) : ନିଆଳୀ ଥାନା ନିକଟସ୍ଥ ନିଆଳୀ – ମାଧବ ରାସ୍ତାର ହଳଦୀବସନ୍ତ ପେଟ୍ରୋଲପମ୍ପ ସମ୍ମୁଖରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ବାଇକ୍ – କାର ମଧ୍ୟରେ ସାମ୍ନା ସାମ୍ନି ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ଗୁରୁତରଙ୍କୁ ଉଦ୍ଧାର କରାଯାଇ ନିଆଳୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଖବର ପାଇ ନିଆଳୀ ପୋଲିସ ଓ କଟକ ସଦର ଏସ୍‌ଡିିଓ ସୁବାସ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡିଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି । ଗାଡି ଦୁଇଟି ଦୁର୍ଘଟଣାରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । କାର ଡ୍ରାଇଭର ଘଟଣା ସ୍ଥଳରୁ ଫରାରହୋଇଯାଇଛି ।

ଖବର ଅନୁଯାୟୀ, ରବିବାର ସଂନ୍ଧ୍ୟାରେ ହଳଦୀ ବସନ୍ତ ପେଟ୍ରୋଲପମ୍ପ ସମ୍ମୁଖରେ ଚାରିଛକ ଅଭିମୁଖେ ଯାଉଥିବା ୟାମା ବାଇକ୍‌ ନମ୍ବର ଓଡି ୦୨ଏଏମ୍‌ ୭୯୪୭ ସହ ବିରିତ ପଟରୁ ନିଆଳୀ ଅଭିମୁଖେ ଆସୁଥିବା ଏକ କାର ମାରୁତି ଅଲ୍ଟୋ ନମ୍ବର ଓଡି ୩୩ ଏନ୍‌ ୨୨୧୪ ସାମ୍ନା ସାମ୍ନି ଧକ୍କା ହୋଇଛି । ଏହି ଦୁର୍ଘଟଣାରେ ବାଇକ ଆରୋହି ସର୍ବେଶ୍ୱର ଦାସଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ପଛରେ ବସିଥିବା ଅନିଲ କୁମାର ପାଢୀ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ସ୍ଥନୀୟ ଲୋକଙ୍କ ସହାୟତାରେ ନିଆଳୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ସର୍ବେଶ୍ୱରଙ୍କୁ ମୃତ ଘୋଷଣା କରିଥିବାବେଳେ ଅନିଲଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସପାତାଳକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟ ଗୋପ ଥାନା ନାଗପୁର ମଠସାହିର ବୋଲି ଜଣାଯାଇଛି । ଖବର ପାଇ ନିଆଳୀ ପୋଲିସ ଓ କଟକ ସଦର ଏସ୍‌ଡିିଓ ସୁବାସ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳରେ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡିଦୁଇଟିକୁ ଜବତ କରି ତଦନ୍ତ ଚଳାଇଛନ୍ତି । ଗାଡି ଦୁଇଟି ଦୁର୍ଘଟଣାରେ ଭାଙ୍ଗିରୁଜି ଚୁରମାର ହୋଇଯାଇଛି । କାର ଡ୍ରାଇଭର ଘଟଣା ସ୍ଥଳରୁ ଫରାରହୋଇଯାଇଛି ।

Get real time updates directly on you device, subscribe now.